ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୪ବର୍ଷ ଜେଲ୍‌

0 174

ଫୁଲବାଣୀ :- ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ୧୩ ବର୍ଷ ନାବାଳିକାର ଦୁଷ୍କର୍ମ ମାମଲାର ବିଚାର କରି ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍‌ ରିପୋର୍ଟ ଆଧାରରେ ଅଭିଯୁକ୍ତ ସୁଧାଂଶୁ ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦,୦୦୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ଆଉ ୧ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ତରଫରୁ ପି.ପି. ରଶ୍ମିତା ମହାପାତ୍ର ମାମଲାକୁ ପରିଚାଳନା କରୁଥିଲେ । ସୂଚନା ଅନୁସାରେ ନାବାଳିକା ଜଣକ ତାର ସମ୍ପର୍କୀୟ ଦାଦା ଘରକୁ ଟିଭି ଦେଖିବାକୁ ଯାଇଥିଲା । ଖୁଡୀଙ୍କ ଅନୁପସ୍ଥିତିରେ ଏକୁଟିଆର ସୁଯୋଗ ନେଇ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଲିଖିତ ରହିଛି । ଏନେଇ ପୀଡିତା ପରିବାର ୧୭/୯/ ୨୦୧୭ ରେ ଦାରିଙ୍ଗବାଡ଼ି ଥାନାରେ ଏତଲା ଦେଇଥିଲେ । ଏତଲା ପ୍ରକାରେ ଥାନା ଅଧିକାରୀ ୯୦ /୨୦୧୭ ଏକ ମାମଲା ରୁଜୁ କରି ଥାନାଧିକାରୀ ଅଭିଯୁକ୍ତକୁ ଗିରଫ କରି ଅଦାଲତରେ ହାଜର କରାଇଥିଲେ । ଆଜି ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen + nine =