ଭବାନୀପାଟଣା: ଗତକିଛି ଦିନ ତଳେ ଭବାନୀପାଟଣାରୁ ଖରିଆର ରାଜ୍ୟ ରାଜପଥ ପାଷ୍ଟିପଡା ନିକଟରେ ଏକ ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଘଟଣା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଯାନବହାନ ଅଟକି ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଆଖ ପାଖ ଜନବସତି ଅଞ୍ଚଳ ଖାଲି କରିଥିଲେ ଜିଲ୍ଲା ପ୍ରଶାସନ । ଏହି ସମୟରେ ବେଦାନ୍ତ ଲଞ୍ଜିଗଡ ଅଗ୍ନିଶମ ବାହିନୀ ସରକାରୀ ଜରୁରୀକାଳୀନ ସେବା ସହ ମିଳିତ ଅପରେସନ୍ କରି କାଲାହାଣ୍ଡି ଜିଲ୍ଲାର ପାଷ୍ଟୀପଡା ନିକଟରେ ଏକ ଟ୍ୟାଙ୍କର ଉପରଭାଗରୁ ବଡଧରଣର ଏଲପିଜି ଲିକ୍ ହେଉଥିବା ବନ୍ଦ କରିବାରେ ସହଯୋଗ କରିଥିଲେ ।
କର୍ତ୍ତୃପକ୍ଷଙ୍କ ଜରୁରୀକାଳୀନ ଡାକରାରେ ବେଦାନ୍ତ ଲଞ୍ଜିଗଡ, ଆଲୁମିନା ରିଫାଇନାରୀରୁ ଅଗ୍ନିଶମ ବାହିନୀର ଏକ ଟିମ୍ ଶୀଘ୍ର ଘଟଣା ସ୍ଥଳକୁ ପଠାଯାଇଥିଲା । ବେଦାନ୍ତ ଅଗ୍ନିଶମ ବାହିନୀ ରାଜ୍ୟ ଜରୁରୀକାଳୀନ ଦଳ ସହିତ ମିଳିତ ଭାବରେ କାର୍ଯ୍ୟ କରି ଉକ୍ତ ସ୍ଥାନରେ ସଫଳତାର ସହ ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିଥିଲେ । ବେଦାନ୍ତର ସମୟାନୁବର୍ତ୍ତୀ ସମର୍ଥନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶଂସା କରାଯାଇଛି ।