ପୁରୀ: ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡର ଉପ-ନିରିକ୍ଷକ ସିଦେ୍ଧଶ୍ୱର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସାମ୍ନାରେ ଭିଆଇପି ରୋଡ ଠାରେ ଚଢ଼ାଉକରି
ପ୍ରତୀକ ରଞ୍ଜନ ଦାସ(୧୯)ଙ୍କୁ ଗିରଫ କରିଛନ୍ତି । ତାଙ୍କ ଠାରୁ ୭୦ ଗ୍ରାମ ବ୍ରାଉନ ସୁଗାର(ହିରୋଇନ ) ଜବତ କରାଯାଇଛି । ଜିଲ୍ଲା ମୋବାଇଲ ସ୍କ୍ୱାଡ କେସ ନଂ – ୨୧୦/୨୨-୨୩ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୭,୦୦,୦୦୦/- ଟଙ୍କାରୁ ଉଦ୍ଧ୍ୱର୍ ହେବ । ଏହି ଚଢ଼ାଉରେ ଅବକାରୀ ଉପ-ନିରିକ୍ଷକ ନାରାୟଣ ବେହେରା ଏଏସଆଇ ସୁବାସ ଚନ୍ଦ୍ର ମହାପାତ୍ର, ଗୀତାଞ୍ଜଳି ବେହେରା ଏବଂ କର୍ମଚାରୀ ପ୍ରଦୀପ୍ତ କୁମାର ପଣ୍ଡା, ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ । ମୋବାଇଲ ସ୍କ୍ୱାଡ ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରା ଯାଇଥିଲା ।
Sign in
Sign in
Recover your password.
A password will be e-mailed to you.