ସରସ୍ୱତୀ ଶିଶୁ ମନ୍ଦିର ନବରଙ୍ଗପୁରର ବାର୍ଷିକ କ୍ରୀଡା

0 179

ନବରଙ୍ଗପୁର,୧୨/୧୨:- ନବରଙ୍ଗପୁର ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ନବରଙ୍ଗପୁର କଲେଜ ପଡିଆ ଠାରେ ଆରମ୍ଭ ହୋଇଥଲା । ଏଥିରେ ଶିଶୁ ବାଟିକା, ଶିଶୁ ମନ୍ଦିର ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୂଆଗଡର ସମସ୍ତ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ଶିଶୁ ବାଟିକାର ଛାତ୍ରଛାତ୍ରୀ ମାନଙ୍କ ବର୍ଗରେ ଦୌଡ, ଲକ୍ଷ୍ୟ ଭେଦ, ଅଙ୍ଗୁର ଚାମଚ ଭଳି ଖେଳ ପ୍ରତିଯୋଗିତା ହୋଇଥିଲା । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ୨୫ ମିଟର ଦୌଡ, ବେଙ୍ଗ ଡିଆଁ, ଲକ୍ଷ୍ୟଭେଦ ଇତ୍ୟାଦି ଖେଳ ହୋଇଥିଲା । ତୃତୀୟରୁ ପଞ୍ଚମ ଶ୍ରେଣୀର ଶିଶୁ ବର୍ଗରେ ଗୁଳା ଫିଙ୍ଗା, ୧୦୦,୨୦୦ ଓ ୪୦୦ ମିଟର ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ ଆଦି ପ୍ରତିଯୋଗିତା ହୋଇଥିଲା । ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏଁ ବାଲବର୍ଗରେ ସଟ ଫୁଟ ଫିଙ୍ଗା, ଡିସ୍କସ ଫିଙ୍ଗା, ଉଚ୍ଚ଼ ଡିଆଁ, ଲମ୍ବ ଡିଆଁ, ୧୦୦,୨୦୦, ୪୦୦ ଓ ୬୦୦ ମିଟର ଦୌଡ ପ୍ରତିଯୋଗିତା ଏବଂ କିଶୋର ବର୍ଗରେ ନବମ ଓ ଦଶମ ଶ୍ରେଣୀର ମଧ୍ୟ ଏହିଭଳି ସବୁ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

hiring

ସରସ୍ୱତୀ ବିଦ୍ୟାମନ୍ଦିର ଶାରୀରିକ ପ୍ରମୁଖ ବବୃବାହନ ବାରିକ, ସ୍ୱୀକୃତି ପଣ୍ଡା ଦୌଡ ପ୍ରତିଯୋଗିତା ପରିଚାଳକ ପ୍ରଭଞ୍ଜନ ତ୍ରିପାଠୀ, ଫିଙ୍ଗା ପରିଚାଳକ ପରଦେଶୀ ପୁଜାରୀ, ଡିଆଁ ପ୍ରତିଯୋଗିତା ପରିଚାଳକ ପ୍ରଦିପ ହୋତା ପ୍ରମୁଖ ଗୁରୁଜୀ ଓ ଗୁରୁମା ପରିଚାଳନା କରିଥିବାବେଳେ ଶିଶୁ ବାଟିକାର ରେଣୁକା ଆଚାର୍ଯ୍ୟ ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ ବଳରାମ ଛୁଆଲ ସିଂ ଓ ପ୍ରଧାନ ଆଚାର୍ଯ୍ୟ ଦେବେନ୍ଦ୍ର ଧାକଡ ଓ ସମସ୍ତ ଗୁରୁଜୀ ଓ ଗୁରୁମା ମାନଙ୍କ ତତ୍ତ୍ୱାବଧାନରେ କ୍ରୀଡା ପ୍ରତିଯୋଗିତା ପରିଚାଳିତ ହୋଇଥଲା । ଅପରାହ୍ନ ସମୟରେ ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ବଳଭଦ୍ର ସୁନାନି, ନନ୍ଦାହାଣ୍ଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଧର ଶତପଥୀ, ସମ୍ଭାଗ ସମ୍ପାଦକ ବିଘ୍ନରାଜ ପାତ୍ର ଶିଶୁ ବିଦ୍ୟା ମନ୍ଦିର ଉପ ସଭାପତି ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥଲେ ।

hiranchal ad1
Leave A Reply

Your email address will not be published.

12 + eighteen =