ପାରଳାଖେମୁଣ୍ଡି,୧୨/୧୨- ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ୪ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଶ୍ରୀ ଜଗନ୍ନାଥ ଅନାଥ ନିକେତନ, ବିବେକାନନ୍ଦ ,ପ୍ରାଉଡ଼ ଓ ନିଶାନ ସାଲୋମ ହୋମର ୫୦ରୁ ଉର୍ଦ୍ଧ୍ୱ ପିତୃ ମାତୃ ହୀନ ଶିଶୁଙ୍କୁ ଏକ ବସ ଯୋଗେ ଗଞ୍ଜାମ ଜିଲ୍ଲାକୁ ନେଇ ସେଠାରେ ଥିବା ପ୍ରସିଦ୍ଧ ସ୍ଥାନ ତାରା ତାରିଣୀ ମନ୍ଦିର, ଗୋପାଳପୁର ସମୁଦ୍ର କୂଳ,ତାମ୍ପରା ହ୍ରଦ ଓ ରାମ ଲିଙ୍ଗେଶ୍ୱର ପାର୍କ ଆଦି ସ୍ଥାନ ଦିନ ସାରା ବୁଲି ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି । ପ୍ରକାଶ ଥାଉକି ଜିଲ୍ଲାପାଳ ଗଜପତିଙ୍କ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅନୁରୋଧକ୍ରମେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ଗଞ୍ଜାମ ଏହି ପିଲାମାନଙ୍କୁ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଉକ୍ତ ଜାଗାସବୁ ବୁଲିବାରେ ବିଶେଷକରି ଶିଶୁମାନେ ରାମଲିଙ୍ଗେଶ୍ୱର ୱାଟର ଡାନସ ଦେଖି ବହୁତ ଉଲ୍ଲସିତ ହୋଇଥିଲେ ।