ଉପକେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟ ମେଳା

0 213

ଦଶପଲ୍ଲା : ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ନରାଜିପଡ଼ା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରରେ ଏକ ଉପକେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇାଯାଇଅଛି । ଉକ୍ତ ମେଳାରେ ସ୍ଥାନୀୟ ତୁମାଣ୍ଡି ସରପଞ୍ଚ ମିତାରାଣୀ ମାଝୀ, ସରିଗଣ୍ଡା ସରପଞ୍ଚ କସ୍ତୁରୀ ନାଏକ, ଉପକେଦ୍ର ସ୍ତରୀୟ ସ୍ୱାସ୍ଥ୍ୟ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉକ୍ତ ମେଳାରେ ଡ଼ା କାଳୀ ପ୍ରସାଦ ଷଡ଼ଙ୍ଗୀ, ଡ଼ା ସୌମ୍ୟ ରଞ୍ଜନ ପରିଡ଼ା, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁନିଲ କୁମାର ମହାକୁଡ଼, ମହିଳା ସ୍ୱାସ୍ଥ୍ୟ କର୍ମୀ କଲ୍ୟାଣୀ ପାଣିଗ୍ରାହୀ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସୁରସେନ ସାହୁ, ତୁମାଣ୍ଡି ସମିତି ସଭ୍ୟ ଅନୁପମା ମଳିକ, ସରିଗଣ୍ଡା ସମିତି ସଭ୍ୟ ଅମିୟ କୁମାର ନାଏକ ଉପସ୍ଥିତ ରହି ସ୍ୱାସ୍ଥ୍ୟ ମେଳାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ସଂପୂର୍ଣ୍ଣ ରୂପେ ସାହାଯ୍ୟ ସହଯୋଗ କରିଥିଲେ । ଶତାଧିକ ଲୋକ ଉକ୍ତ ମେଳାରେ ଯୋଗଦାନ କରି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ମାଗଣାରେ ଔଷଧ ପ୍ରଦାନ କରିଥିଲେ । ନିକଟରେ ଆଗକୁ ଏହିଭଳି ସ୍ୱାସ୍ଥ୍ୟ ମେଳାର ଆବଶ୍ୟକତା ରହିଛି ଏବଂ ଏହିଭଳି ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଗଲେ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବସବାସ କରୁଥିବା ଗ୍ରାମବାସୀ ମାନେ ବେଶ୍‌ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

ten + 3 =