ବିଜେପି ବିଧାୟକଙ୍କୁ କଳାପତାକା ଦେଖାଇଲେ ବିଜେଡି କର୍ମୀ

0 269

ବଲାଙ୍ଗୀର : ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ବିଜେଡି କର୍ମୀଙ୍କ କଳା ପତାକା ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଭାଲେର ଠାରେ ଶ୍ରେୟ ଲଢେଇ ପାଇଁ ମୁହାଁମୁହିଁ ହୋଇଛନ୍ତି । ସୂଚାଇ ଦିଆଯାଏ ଯେ, ପୁଇଁତଲା ବ୍ଳକ୍‌ ଭାଲେର ଗାଁରୁ କୁରୁଲ ରାସ୍ତା ଲକ୍ଷ୍ମୀଜୋର ନାଳରେ ପ୍ରସ୍ତାବିତ ଏକ ପୋଲ ଶୁଭାରମ୍ଭ ପାଇଁ ବିଧାୟକ ପହଞ୍ଚି ଥିଲେ । ବିଧାୟକଙ୍କୁ ଜିଲ୍ଲା ପରିଷଦ ସଦସ୍ୟାଙ୍କ ସ୍ୱାମୀଙ୍କ ନେତୃତ୍ୱରେ କିଛି ବିଜେଡି କର୍ମୀ କଳାପତାକା ଦେଖାଇଥିଲେ । କଳା ପତାକା ପ୍ରଦର୍ଶନକୁ ନେଇ ବିଜେପି କର୍ମୀ ବିରୋଧ କରିଥିଲେ । ଉଭୟଙ୍କ ମଧ୍ୟରେ ଠେଲାପେଲା ହେବା ସହ ନାରାବାଜି ହୋଇଥିଲା । କଳା ପତାକା ପ୍ରଦର୍ଶନକାରୀ ବିଜେଡି ସମର୍ଥକଙ୍କ କହିବା ଅନୁସାରେ, ବିଧାୟକ ମହାଲିଙ୍ଗ ତାଙ୍କ ଦ୍ୱାରା ହୋଇ ନ ଥିବା କାମର ଶୁଭ ଉଦଘାଟନ କରୁଛନ୍ତି । ଶ୍ରେୟ ନେବା ପାଇଁ ନଡିଆ ଭାଙ୍ଗୁଛନ୍ତି । ପାଲଟା ଜବାବ ଦେଇଛନ୍ତି ବିଧାୟକଙ୍କ ସମର୍ଥକ । ବିଜେପି ଯହିଁ ବିକାଶ ସେଇଠି । ଲୋଇସିଂହା ବିଧାନସଭା ନିର୍ବାଚନ କ୍ଷେତ୍ରରେ ଲୋକେ ଅସନ୍ତୋଷ ହୋଇ ବିଜେପିକୁ ୨୦୧୯ରେ ଜିତାଇଲେ । ରାଜ୍ୟରେ ବିଜେଡି ଜନ ସମର୍ଥନ ପାଇଥିଲେ ସୁଦ୍ଧା ଏଠି ଲୋକ ମୁହଁମୋଡିଲେ । ଜଣେ ଉଚ୍ଚ ଶିକ୍ଷିତ ବିଧାୟକଙ୍କ ନେତୃତ୍ୱ ଯୋଗୁଁ ଅଟକି ରହିଥିବା ଜନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେଉଛି ।

hiring

ବିଧାୟକଙ୍କ ଲୋକ ପ୍ରିୟତା ବଢୁଛି, ଯାହା ସ୍ଥାନୀୟ ବିଜେଡି କର୍ମୀଙ୍କ ପାଇଁ ଅହସ୍ୟର କାରଣ ହୋଇଛି । ଆଉ ଆଜିର କଳାପତାକା ପ୍ରଦର୍ଶନ ଶାସକ ଦଳର ଇର୍ଷାର ପ୍ରତିଫଳନ । ପ୍ରୋଟୋକଲ ଅନୁସାରେ ବିଧାୟକଙ୍କ ଅଧିକାର ଅଛି । ରାଜକୋଷ କୌଣସି ଦଳୀୟ ପାଣ୍ଠିର ନୁହେଁ । ଏ ପ୍ରକାର ଆଚରଣକୁ ନିନ୍ଦା କରିଛନ୍ତି ରାଜ କିଶୋର ନାଏକ, ଜଗଦିଶ ଉଦ୍ଗାତା,ଦେବୀଲାଲ ମିଶ୍ର ଓ ଅନ୍ୟମାନେ । ଆଜିକାଲି ରାଜନୀତିରେ ଏହା ସାଧାରଣ କଥା । ଜନତା ସବୁ ଜାଣେ, ଲୋକଙ୍କ ବହୁ ଦିନର ଆଶା ପୂରଣ ହେବାକୁ ଯାଉଛି ଯାହା ଖୁସିର ବିଷୟ ବୋଲି ବିଧାୟକ ମନ୍ତବ୍ୟ ରଖିଛନ୍ତି । ଭାଲେର ଗ୍ରାମର ବହୁ ମହିଳା ଓ ପୁରୁଷ ଭବ୍ୟ ସ୍ୱାଗତ କରିଥିଲେ । ଶୁଭାରମ୍ଭ ପରେ ବିଧାୟକ ପୁଇଁତଲା ବ୍ଳକର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରି ତଦାରଖ କରିଛନ୍ତି । ବସ୍ତା, ସୁତୁଲି ଓ ପରିବହନ ଇତ୍ୟାଦି ଖର୍ଚ୍ଚ ଚାଷୀଙ୍କ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

twelve + 8 =