ଇସ୍କାନ ପକ୍ଷରୁ ଅଦିନିଆ ରଥଯାତ୍ରା, ପୁରୀରେ ତୀବ୍ର ବିରୋଧ

0 77

ପୁରୀ : ପଞ୍ଜାବର ଅମୃତସରରେ ଗତ ୧୦ ତାରିଖରେ ରଥଯାତ୍ରା ଆୟୋଜନ କରାଯାଇଥିବାରୁ ଏହାକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପରମ୍ପରାକୁ ଭଙ୍ଗ କରି ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନକୁ ଉତ୍କଳ ବିଦ୍ୟୋତ ପରିଷଦ ବିରୋଧ କରିଛି । ଏ ନେଇ ପରିଷଦ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ, ଗଜପତି ମହାରାଜା ଓ ରାଜ୍ୟ ସରକାରଙ୍କୁ ଚିଠି ଦେଇ ଅବଗତ କରାଯାଇଛି । ତୁରନ୍ତ ଇସ୍କନ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ କରିଛି ସଙ୍ଗଠନ । ଅତି ଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଏ ନେଇ ସ୍ୱତନ୍ତ୍ର ଆଇନ ପାଇଁ ପ୍ରସ୍ତାବ ରାଜ୍ୟ ସରକାର ଦେବା ପାଇଁ ଦାବୀ ହୋଇଛି । ଏ ନେଇ ସ୍ୱତନ୍ତ୍ର ଆଇନ କରି ଜଗନ୍ନାଥ ସଂସ୍କୃତିକୁ ବିକୃତ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଉତ୍କଳ ବିଦ୍ୟୋତ ପରିଷଦ ଦାବୀ କରିଛି । ରାଜ୍ୟ ସରକାର ଏ ନେଇ ସବୁ ରାଜ୍ୟକୁ ଅବଗତ କରାଇବା ଉଚିତ୍‌ । ସେପଟେ ଶ୍ରୀମନ୍ଦିର ପ୍ରଶାସନ କହିଛି ଇସ୍କନ ପରମ୍ପରା ଭଙ୍ଗ କରିଥିବାରୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ଦେଶରେ ଅଦିନିଆ ରଥଯାତ୍ରାକୁ ଅନୁମତି ନ ଦେବାକୁ ସଂସ୍କୃତି ବିଭାଗ ମାଧ୍ୟମରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯିବ ।

hiranchal ad1
Leave A Reply

Your email address will not be published.

three × 2 =