ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଂଚାୟତ କଟାପାଲି ଗାଁରେ ସୋମବାର ବିଳମ୍ବିତ ରାତିରେ କେହି ଜଣେ ଦୁର୍ବୃତ୍ତ ଧାନ ଖାରିରେ ନିଆଁ ଲଗାଇ ଦେବା ଫଳରେ ଚାଷୀ ଥବିର ପୁଟେଲଙ୍କ ଅମଳ ହୋଇ ଖଳାରେ ଗଛିତ ଧାନ ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି । ନଷ୍ଟ ହୋଇଥିବା ଧାନ ଆନୁମାନିକ ୩୩ କ୍ୱିଣ୍ଟାଲ । ସେ ପ୍ରାୟ ଦେଢ଼ ଏକର ଜମିରେ ଚାଷ ଅମଳ କରି ଖଳାରେ ରଖିଥିଲେ । ମଙ୍ଗଳବାର ସକାଳୁ ଗାଁର ଜଣେ ବ୍ୟକ୍ତି ଗାଧୋଇ ଯିବା ସମୟରେ ଧାନ ଖରି ପୋଡୁଥିବାର ଦେଖିବା ପରେ ଚାଷୀଙ୍କୁ ଖବର ଦେଇଥିଲେ । ପରେ ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଥିବା ବେଳେ ପ୍ରାୟ ସମସ୍ତ ଧାନ ପାଉଁଶ ହୋଇସାରିଥିଲା । ଚାଷୀଙ୍କ ଅଭିଯୋଗ ଯେ ସେ ଧାର କରଜ କରି ୨ ଏକର ଜମିରେ ଧାନ ଚାଷ କରିଥିଲେ । ହେଲେ ନଷ୍ଟ ଧାନ ଦେଖି ଚିନ୍ତାରେ ପଡ଼ିଥିବା ଚାଷୀଙ୍କୁ ସରକାରୀ ସହାୟତା ଦେବାକୁ ଦାବି ହେଉଛି ।