ବଲାଙ୍ଗୀର: ପେକ୍ସ ପରିଦର୍ଶନ ବେଳେ ବିଧାୟକଙ୍କ ଗାଡିକୁ ଅଣ୍ଡାମାଡ କରିଥିବା ଅଭିଯୁକ୍ତଙ୍କୁ ଗିରଫ୍ ଦାବିରେ ଶତାଧିକ ବିଜେପି କର୍ମୀ ଏସପି ଅଫିସ ଘେରିଛନ୍ତି । ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ବିଧାୟକ ମୁକେଶ ମହାଲିଙ୍ଗ, ମୁକେଶ ଜୈନ, ଅନନ୍ତ ଦାଶ,ମହେନ୍ଦ୍ର ଠାକୁର ପ୍ରମୁଖକଙ୍କ ନେତୃତ୍ୱରେ ଏକ ବଡ ରାଲିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ଗିରଫ ଦାବୀ କରିଥିଲେ । ଏକ ପ୍ରତିନିଧିଦଳଙ୍କ ସହ ଏସପି ନୀତିନ କୁଶଲକର ଆଲୋଚନା କରିଥିଲେ । ମାମଲା ରଜ୍ଜୁ ହୋଇଥିବା ୪ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ସୁରେଶ ନାଏକ ଓ ବିଷ୍ଣୁ ପଟେଲଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ୨ ଅଭିଯୁକ୍ତ ଫେରାର ଅଛନ୍ତି, ଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି । ସୂଚାଇ ଦିଆଯାଏ, ଗତକାଲି ବିଧାୟକ ପୁଇଁତଲା ବ୍ଳକର ଭାଲେର, ମହାମୁଣ୍ଡା, ଦଶପୁର, ପର୍ଥଲା, ଛତାପିପଲ ଇତ୍ୟାଦି ପରିଦର୍ଶନ କରି ପୁଇଁତଲା ପେକ୍ସରେ ପହଞ୍ଚି ଥିଲେ । ଅଭିଯୋଗ ଅନୁସାରେ, ପୁଇଁତଲା ପେକ୍ସ ସଭାପତି ତଥା ବିଜେଡି କର୍ମୀ ସୁରେଶ ନାଏକ, ବିଷ୍ନୁ ପଟେଲ, ଭାଗିରଥି ସେଠ, ଜ୍ଞାନ ଷଡଙ୍ଗୀ ଓ ଅନ୍ୟମାନେ ବିଧାୟକଙ୍କ ଗାଡିକୁ ଅଣ୍ଡାମାଡ କରିବା ସହ ଆଶାଳୀନ ବ୍ୟବହାର କରିଥିଲେ । ଏପରିକି ବିଧାୟକଙ୍କ ସହ ଥିବା କର୍ମୀଙ୍କୁ ମାଡ ମାରିଥିଲେ । ପୁଇଁତଲା ପୋଲିସ ଓ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ । ପରେ ବିଧାୟକଙ୍କ ଓ ଅନ୍ୟମାନେ ଥାନାରେ ମାମଲା ଦାୟର କରିଥିଲେ ।
ସ୍ଥାନୀୟ ବିଜେଡି କର୍ମୀଙ୍କ ସଲାସୁତୁରାରେ ମଣ୍ଡିରେ ଚାଷୀଙ୍କୁ ଶୋଷଣ କରାଯାଉଛି । ମୁଖା ଖୋଲିଯିବା ଆଶଙ୍କାରେ ବିଜେଡି କର୍ମୀ ଗୁଣ୍ଡାଗିରି କରି ବିଧାୟକଙ୍କୁ ରୋକିବା ପ୍ରୟାସ କରିଥିଲେ । ଶାସକ ଦଳର ହୀନ ଚକ୍ରାନ୍ତ ପଦାରେ ପଡିଛି । କିନ୍ତୁ ଚାଷୀଙ୍କ ହକ୍ ପାଇଁ ବିଧାୟକ ଓ ବିଜେପି ପଛଘୁଞ୍ଚା ଦେବ ନାହିଁ ବୋଲି ଜିଲ୍ଲା ସଭାପତି, ବିଧାୟକ ଓ ଅନ୍ୟମାନେ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.