ନିଶା ମୁକ୍ତି ସଚେତନତା ଅଭିଯାନ ଶୁଭାରମ୍ଭ

0 58

ବୌଦ୍ଧ,୧୫/୧୨– ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ତରଫରୁ ଏକ ନିଶା ମୁକ୍ତି ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ, ଅବକାରୀ ଅଧୀକ୍ଷକ ସାଗରିକା ପ୍ରଧାନ, ମୋବାଇଲ ସ୍କ୍ୱାର୍ଡ ବନ୍ଦନା ମହାନ୍ତି ଓ ଅବକାରୀ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ରଥ ଆସନ୍ତା ୩ଦିନ ଧରି ଜିଲ୍ଲାର ସମସ୍ତ ବ୍ଲକକୁ ଯାଇ ନିଶା ନିବାରଣ ପାଇଁ ସଚେତନ କରିବ ।

hiranchal ad1
Leave A Reply

Your email address will not be published.

nineteen − seventeen =