ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ, ନିଆଗଲା ଏହି ସବୁ ନିଷ୍ପତ୍ତି

0 94

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ବୈଠକରେ ସେବାୟତ ପିଲାଙ୍କ ପାଇଁ ଶ୍ରୀଜଗନ୍ନାଥ ଆଦର୍ଶ ଗୁରୁକୂଳମ ନେଇ ବିର୍ଲା ଫାଉଣ୍ଡେସନ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ନେଇ ୪୦୦୦ ହେକ୍ଟରରୁ ୩୬୦୦ ହେକ୍ଟରରେ ବୃକ୍ଷରୋପଣ ହୋଇଛି । ପରିଚାଳନା କମିଟି ସଦସ୍ୟ ଯାଇ ସ୍ଥିତି ଅନୁଧ୍ୟାନ କରିବେ । ମହାପ୍ରଭୁଙ୍କ ନାମରେ ଥିବା ୧୬୦୦ ଏକର ଜଙ୍ଗଲ କିସମ ଜମିରେ ରଥ କାଠ ରୋପଣ କରାଯିବ । ପ୍ରମୋଦ ଉଦ୍ୟାନ ଓ ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ପାଇଁ ପ୍ଲାନ୍‌ ପ୍ରସ୍ତୁତ । ଟେଣ୍ଡର ପରେ ପ୍ଲାନ୍‌ କାର୍ଯ୍ୟକାରୀ ହେବ ।ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ବିମ୍‌ ମରାମତି ଏପ୍ରିଲ ପୂର୍ବରୁ ସରିବ । ଖୋର୍ଦ୍ଧାର ଖଣି ଖଦାନ ନେଇ ଏନଜିଟି ନିର୍ଦ୍ଦେଶ ଉପରେ ଅପିଲରେ ଯିବ ଶ୍ରୀମନ୍ଦିର ପରିଚାଳନା କମିଟି । ଜାନୁୟାରୀ ୧ ରୁ ଶ୍ରୀମନ୍ଦିରରେ ସ୍ମାର୍ଟ ଫୋନ ନିଷିଦ୍ଧ । ସେବାୟତ ଶ୍ରୀମନ୍ଦିର ସିଂହଦ୍ୱାର ଓ ଦକ୍ଷିଣ ଦ୍ୱାର ନିକଟରେ ହୋଇଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜିମା ଦେବେ । ବୈଠକ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଏହି ସବୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

16 + fourteen =