ନବରଙ୍ଗପୁର : ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନର ରୂପରେଖ ଓ ପ୍ରସ୍ତୁତିକୁ ନେଇ କଲେଜ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଲୁମିନାଇ କମିଟିର ସଭାପତି ଗଣେଶ ଦାଶ ଯୋଗ ଦେଇ ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସ୍ୱର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ତିନିଟି ଅଧିବେଶନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଥମ ଦିବସରେ ଦିନ ୮ ଘଣ୍ଟା ସମୟରେ ନିର୍ମାଣଧିନ ପକ୍କା ମଞ୍ଚକୁ ରାଜ୍ୟ ସଭା ସାଂସଦ ମୁନା ଖାଁ ଉଦଘାଟନ କରିବେ ।
ଦ୍ୱିତୀୟ ଅଧିବେଶନ ସାଢେ ଏଗାରଟାରୁ ସାଢେ ବାରଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ସ୍ୱର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ତୃତୀୟ ଅଧିବେଶନ ଦିନ ତିନିଟାରୁ ସାଢେ଼ ପାଞ୍ଚଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗ ଦେବେ । ଦ୍ୱିତୀୟ ଦିବସରେ ପ୍ରଥମ ଅଧିବେଶନ, ଦିନ ଏଗାର ଘଣ୍ଟାରୁ ମଧ୍ୟାହ୍ନ ଏକ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ଯୋଗ ଦେବେ । ଉକ୍ତ ଦିନ ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସ୍ୱତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ ଯୋଗ ଦେବେ । ଉଦଯାପନୀ ଦିବସରେ ପ୍ରଥମ ଅଧିବେଶନରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେବେ । ଏହି ତିନି ଦିନ ସ୍ଥାନୀୟ ଜିଲ୍ଲା ଏସ ଡି ସି ଅଧ୍ୟକ୍ଷ, ସାଂସଦ ଓ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପୌରପାଳିକା ଅଧ୍ୟକ୍ଷ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ମହାବିଦ୍ୟାଳୟ ଗଭର୍ଣିଙ୍ଗ ବୋଡି ଅଧ୍ୟକ୍ଷ ଅତିଥି ରୂପେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଡ୍ରାମା, ମେଲୋଡି, ନାଚ, ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶ ବିଦେଶ, ରାଜ୍ୟ, ଜିଲ୍ଲା ପ୍ରମୁଖ ଅଞ୍ଚଳରୁ ପୂର୍ବତନ ଛାତ୍ରଛାତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ. ଭାସ୍କର ନାଥ ବିଶ୍ୱାଳ, ଆଲୁମିନାଇ କମିଟି ଉପସଭାପତି ପ୍ରଭାକର ପାତ୍ର, ଅଜିତ ପାତ୍ର, ସମ୍ପାଦିକା ସଙ୍ଗୀତା ତ୍ରୀପାଠୀ, କୋଷାଧ୍ୟକ୍ଷ ସ୍ୱର୍ଣ୍ଣଲତା ପଟ୍ଟନାୟକ, ଗଣମାଧ୍ୟମ ସଂଯୋଜକ କିଶୋର ପଟ୍ଟନାୟକ, ସଦସ୍ୟ ଶିବ ଶଙ୍କର ତ୍ରିପାଠୀ, ସୁରେଶ ମହାନ୍ତି, ରବି ଶତପଥି, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post