ଢାକା : ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଭାରତ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ ନହରାଇ ୩୬ ରନ୍ ସଂଗ୍ରହ କରିଛି । କ୍ୟାପଟେନ କେ.ଏଲ୍ ରାହୁଲ ଏବଂ ଶୁବମାନ ଗିଲ ବର୍ତ୍ତମାନ କ୍ରିଜରେ ଅଛନ୍ତି ।
ଏହାପୂର୍ବରୁ ଚାଟୋଗ୍ରାମରେ ଖେଳାଯାଉଥିବା ଏହି ମ୍ୟାଚରେ ବାଂଲାଦେଶର ପ୍ରଥମ ଇନିଂସ ୧୫୦ ରନରେ ଅଲଆଉଟ ହୋଇଯାଇଛି । କୁଲଦୀପ ଯାଦବ ସର୍ବାଧିକ ୫ ୱିକେଟ୍ ନେଇଥିଲେ । ମହମ୍ମଦ ସିରାଜ ତିନୋଟି ୱିକେଟ୍ ନେଇଥିଲେ । ଉମେଶ ଯାଦବ ଏବଂ ଅକ୍ଷର ପଟେଲଙ୍କୁ ୧-୧ ୱିକେଟ୍ ମିଳିଛି ।
ଏହିପରି ଟିମ୍ ଇଣ୍ଡିଆ ପ୍ରଥମ ଇନିଂସ ଆଧାରରେ ୨୪୪ ରନ୍ ଅଗ୍ରଣୀ ହାସଲ କରିଥିଲା । ତେବେ ବାଂଲାଦେଶକୁ ଫଲୋଅନ ଦେବା ପରିବର୍ତ୍ତେ ଭାରତୀୟ ଅଧିନାୟକ କେ.ଏଲ୍ ରାହୁଲ ପୁଣିଥରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଇନିଂସରେ ଭାରତ ୪୦୪ ରନ୍ ସଂଗ୍ରହ କରିଥିଲା ।