ଝାଡବାନ୍ତିରେ ଶ୍ରୀମନ୍ଦିର ମହିଳା ସେବାୟତଙ୍କ ମୃତ୍ୟୁ

0 155

ପୁରୀ : ଝାଡାବାନ୍ତିରେ ଶ୍ରୀମନ୍ଦିର ମହିଳା ସେବାୟତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବାବେଳେ ସେହି ଆଖ ପାଖ ଅଂଚଳରେ ପାଣି ପାଇପ ଫାଟି ଦୂଷିତ ହୋଇଛି ପାନୀୟ ଜଳ । ଆଉ ପିଇବା ପାଣି ପାଇପ ଲାଇନ ଫାଟି ପାଣି ପ୍ରଦୂଷିତ ହେବାରୁ ସେହି ପାଣି ପିଇ ବାସେଳି ସାହିର ଲୋକମାନେ ଝାଡାବାନ୍ତିର ଶିକାର ହୋଇଛନ୍ତି । ବାସେଳି ସାହିର ପାଣିକାତ ଗଳି, ପଣାପ୍ରିୟା ଲେନ, ଗୋଛିକାର ସାହିର ଘର ଶ୍ରୀମନ୍ଦିର ଚାରିପଟ ସାହି ମାନଙ୍କରେ ହଇଜା ଆତଙ୍କ ଦେଖାଦେଇଛି । ବିଶେଷ କରି ବାସେଳି ସାହି ମୌଜାର ୧୦୦ରୁ ଅଧିକ ପରିବାର ଏଭଳି ଝାଡାବାନ୍ତି ରୋଗର ଆକ୍ରାନ୍ତ ହୋଇଛନ୍ତି । ବିଶେଷ କରି ଏହି ସବୁ ସାହିମାନଙ୍କରେ ରହୁଥିବା ଶ୍ରୀମନ୍ଦିର ସେବାୟତମାନେ ଏହି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେଥି ମଧ୍ୟରୁ ଆଜି ପ୍ରଥମ ମୃତ୍ୟୁ ଘଟିଛି । ମୃତ୍ୟୁ ବରଣ କରିଥିବା ମହିଳା ଜଣକ ହେଲେ ବାସନ୍ତୀ ଦାସ(୭୦) ବୋଲି ଜଣାପଡିଛି । ସେ ଜଣେ ଶ୍ରୀମନ୍ଦିର ମହିଳା ସେବାୟତ ବୋଲି ମଧ୍ୟ ଜଣାପଡିଛି ।

hiranchal ad1
Leave A Reply

Your email address will not be published.

1 × 3 =