ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସ୍ଥିତ ଦହଣା ସରକାରୀ ସଦାଶିବ ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରେ ଦୁଇ ଦିନିଆ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ କ୍ରୀଡା ପାଇଁ ସମସ୍ତ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା । ଏଥିରେ ୩୬ ଗୋଟି ବିଦ୍ୟାଳୟ ର ୧୪୦ ଜଣ ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିବା ବେଳେ ଦୌ÷ଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଗୋଳା ଫିଙ୍ଗା, ଥାଳିଆ ଫିଙ୍ଗା, ବ୍ୟାମିଣ୍ଟେନ ଭଳି କ୍ରୀଡାର ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଏହାଦ୍ୱାରା ଆଗକୁ ଛାତ୍ରଛାତ୍ରୀ କ୍ରୀଡ଼ା କ୍ଷେତ୍ରରେ ଅନେକ ସୁନାମ ଅର୍ଜନ କରିବାରେ ପ୍ରେରଣା ମିଳିବ ବୋଲି ମତ ପ୍ରକାଶ ପାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇଥିବା ବେଳେ ଦହଣା ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣଠାରୁ ସଦାଶିବ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ବାହାରି ଥିବା ମଶାଲ ଯାତ୍ରାରେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଭାବେ ନନ୍ଦାହାଣ୍ଡି ବ୍ଲକ ଜୋନ୍ ୨ ଜିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର, ବିଧାୟକ ପ୍ରତିନିଧି ଦୟାନିଧି ବିଷୋୟୀ, ସ୍ଥାନୀୟ ସରପଞ୍ଚ କମଳା ପୂଜାରୀ, ସ୍ଥାନୀୟ ସମିତି ସଭ୍ୟା ହିରାମଣି ଜାନୀ ,ନନ୍ଦାହାଣ୍ଡି ଲାମ୍ପସ ସଭାପତି ଲକ୍ଷ୍ମୀନାରାୟଣ ମାଝୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ହରିହର ବେହେରା, ବିଦ୍ୟାଳୟ ର ସଭାପତି ପରେଶ ଦାସ, ଜ଼ିଲ୍ଲା ଶିକ୍ଷକ ସଂଘ ସମ୍ପାଦକ ରମଣୀ ରଞ୍ଜନ ତ୍ରିପାଠୀ, ରମେଶ ଚନ୍ଦ୍ର ତ୍ରିପାଠୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିଳାଷ ସାହୁ ଓ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ, ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପରିଚାଳନା ଓ ସହଯୋଗ କରିଥିଲେ । ଆସନ୍ତାକାଲି ଏହି ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଓ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ ।