ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ତରଫରୁ ସ୍ମାରକପତ୍ର ପ୍ରଦାନ

0 49

ନନ୍ଦାହାଣ୍ଡି : ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ଡାକରାରେ ଓଡିଶାର ୩୧୭ ଗୋଟି ତାହସିଲ ଶାଖା ପକ୍ଷରୁ ଆକାଉଣ୍ଟସ ପରୀକ୍ଷାକୁ ନେଇ ଥିବା ଅଦରକାରୀ ନିୟମକୁ ରଦ୍ଦ କରିବା ନେଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ତା ୨୬.୦୮.୨୦୨୨ ରିଖ ରାଜସ୍ୱ ସହାୟକଙ୍କ ପାଇଁ ଉଦ୍ଦିଷ୍ଟ ଆକାଉଣ୍ଟସ ପରୀକ୍ଷା ରାଜସ୍ୱ ନିରୀକ୍ଷକ ଏବଂ ରାଜସ୍ୱ ପରିଦର୍ଶକମାନେ ନ ଦେବା ବିଷୟ ଉଲ୍ଲେଖ କରାଯାଇ, ସଚିବ, ବୋର୍ଡ ଅଫ ରେଭିନ୍ୟୁ ଏକ ପତ୍ର ନିର୍ଗମ କରାଯାଇଥିଲା । ଯେହେତୁ ରାଜସ୍ୱ ନିରୀକ୍ଷକଙ୍କ ନିମନ୍ତେ ୫୫ ଦିନ ପ୍ରଶିକ୍ଷଣ ଏବଂ ୫ ଗୋଟି ପେପର ପରୀକ୍ଷା ଦେବାର ପ୍ରାବଧାନ ରହି ଅଛି, ଏହା ସତ୍ୱେ ଦୀର୍ଘ୨୩ ବର୍ଷ ବ୍ୟବଧାନରେ, ସଚିବ, ବୋର୍ଡ ଅଫ ରେଭିନ୍ୟୁଙ୍କ ଦ୍ୱାରା ଏଭଳି ଅନାବଶ୍ୟକ ପତ୍ର ନିର୍ଗମନ, ଓଡ଼ିଶାର ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ରାଜସ୍ୱ କ୍ଷେତ୍ର ଅଧିକାରୀମାନଙ୍କ ମନରେ ଗଭୀର ଅସନ୍ତୋଷ ଏବଂ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ପ୍ରକାଶ ଥାଉ କି ଯେ ନିର୍ଗମିତ ପତ୍ରରେ ଉଲ୍ଲେଖ କରାଯାଇଥିବା ନିୟମ, ଓଡ଼ିଶା ସରକାରଙ୍କ ଓଏମ୍‌ଏସ ନିୟମ୧୯୬୩ର ମୂଳ ନିୟମ ୨୯ର ଖିଲାପ ଅଟେ । ଉକ୍ତ ଆକାଉଣ୍ଟସ ପରୀକ୍ଷା ନିମନ୍ତେ ନିର୍ଗମିତ ପତ୍ର ଆଗାମୀ ଦିନରେ ରାଜସ୍ୱ କ୍ଷେତ୍ର ଅଧିକାରୀ ମାନଙ୍କ ପଦୋନ୍ନତି, ଇଂକ୍ରିମେଣ୍ଟ ଓ ଅନ୍ୟାନ୍ୟ ସରକାରୀ ସୁବିଧାରୁ ବାଧକ ହେବ, ଏହାକୁ ଧ୍ୟାନରେ ରଖି ରାଜ୍ୟ ସଙ୍ଘର କର୍ମକର୍ତ୍ତା ମାନେ ଗତ ୨.୧୨.୨୦୨୨ ରିଖରେ ସମ୍ମାନୀୟ ମେମ୍ବର, ବୋର୍ଡ ଅଫ ରେଭିନ୍ୟୁ, କଟକଙ୍କ ସହ ସାକ୍ଷାତ କରିଥିଲେ । ଅଦ୍ୟାବଧି ତାହାର କୌଣସି ସୁଫଳ ନମିଳିବାରୁ, ରାଜ୍ୟ ସଂଘର ଡାକରାରେ ଓଡ଼ିଶାର ୩୧୭ ଗୋଟି ତହସିଲ କାର୍ଯ୍ୟାଳୟରୁ ଉକ୍ତ ଅନାବଶ୍ୟକ ନିୟମ କୁ ତୁରନ୍ତ ରଦ୍ଦ କରିବା ନିମନ୍ତେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ସ୍ମାରକପତ୍ର ପ୍ରଦାନ କରିବା ସମୟରେରେ ନନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟର ରାଜସ୍ୱ ପରିଦର୍ଶକ ତଥା ରାଜ୍ୟସଂଘର ସାଧାରଣ ସମ୍ପାଦକ ମହମ୍ମଦ ଜାଭେଦ ଆଖତର, ତହସିଲର ସମସ୍ତ ରାଜସ୍ୱ ନିରୀକ୍ଷକ ଦିନକୃଷ୍ଣ ବେହେରା, ବିଶ୍ୱଜିତ ଦାସ, ଶ୍ରୀମତି ସୁଚିତ୍ରା ମାଝୀ, ଶ୍ରୀମତୀ କେ ମଦଲଶା, ନିରାକାର ସୌରା, ସୁଶ୍ରୀ ବାସନ୍ତୀ ଦୁଆରୀ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ନ୍ୟାଯ୍ୟ ଦାବୀ ଶୀଘ୍ର ପୂରଣ ନହେଲେ ଆଗାମୀ କାର୍ଯ୍ୟପନ୍ଥା ସଙ୍ଘର କାର୍ଯ୍ୟ କାରିଣୀ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ଆଖତର କହିଥିଲେ ।

hiranchal ad1
Leave A Reply

Your email address will not be published.

eleven + 9 =