ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ସତ୍ୟାଗ୍ରହ ଅନୁଷ୍ଠିତ

0 47

ବୌଦ୍ଧ : ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ୧୦ ଗୋଟି ମଣ୍ଡଳ ସ୍ତରରେ ଆଜି ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା ନଗର ମଣ୍ଡଳ ତରଫରୁ ବୌଦ୍ଧ ସହର ତହସିଲ ଅଫିସ ପାଖରେ ଥିବା ଡ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ସମସ୍ତ ବିଜେପି ନେତୃବୃନ୍ଦ ପ୍ରମୁଖ ସକାଳ ସାଢେ଼ ୯.୩୭ ମିନିଟ ଠାରୁ ଅପରାହ୍ନ ୦୧.୩୦ ମିନିଟ ପର୍ଯ୍ୟନ୍ତ ସତ୍ୟା ଗ୍ରହରେ ବସିରହିଥିଲେ ।
ଓଡ଼ିଶା ସରକାରଙ୍କ ରାଜନେତାମାନେ ବହୁ ଅପରାଧିକ ମାମଲାରେ ଛନ୍ଦି ହୋଇପଡିଥିବା ବେଳେ କୌଣସି ଗୋଟିଏ ବି କେଶରେ ଆଜି ପର୍ଯ୍ୟନ୍ତ ଆଇନ ଅନୁସାରେ ଦଣ୍ଡିତ କରାଇବାରେ ସରକାର ସଫଳ ହୋଇନାହାନ୍ତି । ପରି, ବେବିନା, ମମିତା, କୁଣ୍ଡୁଲି, ଇତିଶ୍ରୀ ମାମଲାରେ ଜଡିତ ଥିବା ରାଜନେତାମାନେ ଷଡଯନ୍ତ୍ରକାରୀ ସାକ୍ଷୀମାନଙ୍କୁ ବିଭିନ୍ନ ଉପାୟରେ ହତ୍ୟା କରୁଥିବା ଭଳି ଅଭଯୋଗମାନ ସାମ୍ନାକୁ ଆସୁଛି । ଏହାର ଜ୍ୱଳନ୍ତ ଉଦାହରଣ ସ୍ୱରୂପ ଜେଲ୍‌ ଭିତରେ ଥିବା ମମୀତା ମେହେର ହତ୍ୟାକାରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ବୋଲି ସେମାନେ କହିଛନ୍ତି ।
ଆଜି ଉପରୋକ୍ତ ବିଷୟକୁ ନେଇ ଜିଲ୍ଲାର ଅନ୍ୟ ନଅ ଗୋଟି ମଣ୍ଡଳ ସ୍ତରରେ ସତ୍ୟାଗ୍ରହ ମାନ ଅନୁଷ୍ଠିତ ହୋଇଥିଲା । ମଣ୍ଡଳ ସଭାପତି ବ୍ୟମକେଶ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ସତ୍ୟା ଗ୍ରହରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସମେତ ରାଜକିଶୋର ମେହେର,ଯୁଗଳ କିଶୋର ସାମଲ, ବିଭୂତି ମେହେର, ଯୁଗଳ ସାହୁ, ତାପସ କୁମାର ପଟ୍ଟନାୟକ, ମନ ରଞ୍ଜନ ଦାସ, ପ୍ରଭୁଦତ ଦଲାଲ, ରାଜୀବ ଦେହୁରୀ, ଶମ୍ଭୁ ପ୍ରଧାନ, ନିରଞ୍ଜନ କର୍ଣ୍ଣ, ନିରଞ୍ଜନ ଦାନୀ, ପ୍ରେମାନନ୍ଦ ମିଶ୍ର, ନମିତା ରାଣୀ ଦାସ ଓ ବହୁ ମଣ୍ଡଳ କର୍ମକର୍ତ୍ତାଙ୍କ ସହିତ ଜିଲ୍ଲା ବିଜେପି ନେତୃବୃନ୍ଦ ପ୍ରମୁଖ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

seventeen − sixteen =