ଆଦିବାସୀଙ୍କ ନିଆରା ଟୋକିମରା ପର୍ବ, ଧାଙ୍ଗରି ଦୁଲା ସହ ସମାପନ

0 55

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଗମ୍ଭୀଗୁଡା ପଞ୍ଚାୟତର ଓଲମା ଗ୍ରାମରେ ରବିବାର ଆଦିବାସୀଙ୍କ କୃଷି ଭିତ୍ତିକ ତଥା ବିଶ୍ୱାସର ପର୍ବ ‘ଟୋକିମରା’ ପର୍ବ ପାଳିତ ହୋଇଛି । ଶନିବାର ସନ୍ଧ୍ୟାରେ କଦଳୀ ଘରା ମସ୍ତକ ମୁଣ୍ଡନ ହୋଇଥିବାବେଳେ ନିସି ରାତିରେ କଳସ ଯାତ୍ରା ହୋଇ ପୁଜାପାଠ ହେଇଥିଲା । ତେବେ ଟୋକୀମରା ପର୍ବ ପାଇଁ ଆଖପାଖର ଆଦିବାସୀ ଗାଁ ମାନଙ୍କୁ ନିମନ୍ତ୍ରଣ ଦେଇଥିବା ବେଳେ ରବିବାର ଉତ୍ସବ ଥିବାରୁ ଗାଁ ମୁଣ୍ଡରେ ଥିବା ଧରଣୀ ପିଠ ଉତ୍ସବ ମୁଖର ହୋଇଉଠିଥିଲା । ବଭିନ୍ନ ଗ୍ରାମର ଆଦିବାସୀ (କନ୍ଦ, ପରଜା) ଜାନୀ ପୁଜକ ପର୍ବରେ ସାମିଲ ହୋଇଥିବାବେଳେ ଏହାକୁ ନେଇ ଆଦିବାସୀଙ୍କ ମଧ୍ୟରେ ଖୁବ୍‌ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥିଲା । ଏହା ସହିତ ହାତରେ ଠେଙ୍ଗା, ଖଣ୍ଡା, କଣ୍ଡରୀ ଧରି ଆଦିବାସୀ ମାନେ ମହୁଲି ରସରେ ମାତାଲ୍‌ ହୋଇ ନାଚ ଗୀତରେ ମସଗୁଲ ହୋଇଥିଲେ । ପ୍ରଥମେ ପୁଝାରୀ ଘରୁ ମାଟି ଗୁଡି ନିକଟରୁ ମୁତରି ପାଣି (କଲସପାଣି) ଧରଣୀ ଦେବୀଙ୍କ ପିଠକୁ ହଜାର ହଜାର ଆଦିବାସୀଙ୍କ ଗହଣରେ ନିଆଯାଇଥିଲା । ପରେ ଗାଁ ମୁଣ୍ଡରେ ସ୍ଥାପିତ ଧରଣୀ ଖୁଣ୍ଟରେ ପୁଜାର୍ଚ୍ଚନା କରାଯାଇଥିଲା । ଏହାପରେ ନିର୍ଦ୍ଧାରିତ ତିଥି ଓ ଲଗ୍ନ ଅନୁସାରେ ଦିନ ୧.୫୬ ସମୟରେ ଓଳମା ଗାଁ ପୁଝାରୀ ବଲଦେବ ପୁଝାରୀଙ୍କ ଘରୁ ଏକ ମେଣ୍ଢା (ଗଡରା)କୁ କଡ଼ା ସୁରକ୍ଷା ବଳୟରେ ପୁଜାସ୍ଥଳକୁ ନିଆଯାଇ ବଳି ଦିଆଯାଇଥିଲା । ବଳି ପରେ ଉକ୍ତ ମେଣ୍ଢା ମାଂସକୁ ନେବାପାଇଁ ବଭିନ୍ନ ଗ୍ରାମର ଆଦୀବାସୀ (କନ୍ଦ,ପରଜା) ପୁଜକ ମାନେ ଆସି ବିରିତ୍ୱର ସହିତ ମାଂସକୁ ଛିଣ୍ଡେଇ ନେଇଥିଲେ । ଓଲମା ଠାରେ ପ୍ରତି ୧୨ ରୁ ୧୫ ବର୍ଷରେ ଥରେ ଏହିପର୍ବ ପାଳନ କରାଯାଏ ।କୁହାଯାଏ କେଉଁ ଆବାହମାନ କାଳରୁ ଆଦିବାସୀମାନେ ମାଟି ମା’କୁ ସନ୍ତୁଷ୍ଟ କରିବାର ଏହି ପରମ୍ପରା ରହି ଆସିଛି । ପରମ୍ପରା ଅନୁଯାୟୀ ପୂର୍ବରୁକୁଆଁରୀ ଝିଅ ମାନଙ୍କୁ ବଳି ଦିଆଯାଉ ଥିବାବେଳେ କାଲ କ୍ରମେ ଏବେ ଏଠାରେ ଗଡରା (ବୋଦା)କୁ ବଳି ଦିଆଯାଉଛି । ପୂରାତନ କାଳରେ ଏଠାରେକୁଆଁରୀ ଝିଅକୁ ବଳି ଦିଆଯାଉଥିବାରୁ ଏହାକୁ ଟୋକିମରା ପର୍ବ ବୋଲିକୁହାଯାଏ । ସ୍ୱାଧିନତା ପରେ ମଣିଷ ବଳିକୁ ବନ୍ଦ କରି ଦିଆଯାଇଥିଲା । ଏବେ ମଣିଷ ବଦଳରେ ବୋଦାକୁ କୌଣସି ଝିଅର ନାମକରଣ କରି ବଳି ଦିଆଯାଉଛି । ଟୋକୀମରା ପର୍ବ ପରଦିନ ପାଳିତ ହୁଏ ଧାଙ୍ଗଡି ଦୁଲା । ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତି ହେଉ କି ଧାଙ୍ଗଡା ଧାଙ୍ଗଡି ହେଉ ସେଦିନ ଖଟରେ ଝୁଲାଇ ନଚାନ୍ତି ଲୋକଙ୍କୁ । ବିଶ୍ୱାସ ରହିଛି ଏହିଦିନ କୌଣସି ଆଦିବାସୀ ପିଲା କେହି ଯୁବତୀକୁ ଯଦି ନେଇ ପଳାଏ ତଥା ଦୁହିଁଙ୍କ ମର୍ଜିରେ ଗଲେ ସେମାନଙ୍କୁ ସମାଜ ସ୍ୱାମୀ ସ୍ତ୍ରର ମର୍ଯ୍ୟଦା ଦେଇଥାଏ । ବିଭିନ୍ନ ଗାଁରେ ପୁଷପୁନିରେ ପାଳିତ ହେଉଥିବା ଏହି ପର୍ବର ସ୍ୱତନ୍ତ୍ରତା ପାଇଁ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ । ଚଳିତ ବର୍ଷ ଓଲମା ଉତ୍ସବ କମିଟିର ସଭାପତି ବିଭୁତି ଭୁଷଣ ପଣ୍ଡା, ସମ୍ପାଦକ ବ୍ରହ୍ମାନନ୍ଦ ମାଝୀ, କୋଷାଧ୍ୟକ୍ଷ ଅଚ୍ୟୁତକୁମାର ସାହୁ, ସହ ସମ୍ପାଦକ ବାଲ ସାଗର, ପର୍ଯ୍ୟବେକ୍ଷକ ଭାଗବତ କଟା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

15 − nine =