ନିଲମ୍ବିତ ହେଲେ କୋମଣ୍ଡ ଆର୍‌ଆଇ,ଓଡ଼ଗାଁ ତହସିଲଦାରଙ୍କ ନାମରେ ପ୍ରୋସିଡ଼ିଂ ଆରମ୍ଭ

0 48

ଦଶପଲ୍ଲା : ଓଡ଼ଗାଁ ପ୍ରଶାସନ ଓ ନାଲିମାଟି ମାଫିଆଙ୍କ ମଧୁଚନ୍ଦ୍ରିକା ଧରାପଡିଲା । ଜିଲ୍ଲାପାଳ, ଉପଜିଲ୍ଲାପାଳ, ଓଡ଼ଗାଁ ତହସିଲଦାର ଓ କୋମଣ୍ଡ ଆରଆଇ ମିଳିତ ଭାବରେ କୋମଣ୍ଡ, ରୋହିବାଙ୍କ, ବାଦଭୁଇଁ ନାଲିମାଟି ପଥର ଖଣି ବୁଲିଦେଖିଲା ପରେ ଓଡ଼ଗାଁ ନାଲିମାଟି ମାଫିଆଙ୍କ ରାଜୁତି ଘଟଣା ଉପରେ ଆଜି ବଡଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନାଲିମାଟି ମାଫିଆଙ୍କୁ ପ୍ରଶ୍ରୟ ଦେବା ମହଙ୍ଗା ପଡିଲା ସ୍ଥାନିୟ ପ୍ରଶାସନକୁ । ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ, ଓଡ଼ଗାଁ ତହସିଲଦାରଙ୍କ ନାମରେ ପ୍ରୋସିଡ଼ିଂ ପାଇଁ କମିଟି ଗଠନ କରାଯାଇଛି । ଉକ୍ତ କମିଟି ପନ୍ଦର ଦିନ ମଧ୍ୟରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି । ସେଭଳି କୋମଣ୍ଡ ଆରଆଇ ସୁଧିର କୁମାର ପରିଡାଙ୍କୁ ନିଲମ୍ବିତ କରାଯାଇ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

five × 5 =