ଦ୍ୱିତୀୟ ସହିଦ ସ୍ମାରକୀ ଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୩

0 79

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ପୋଲିସ ରିଜର୍ଭ ପଡିଆ ପରିସରରେ ଦ୍ୱିତୀୟ ସହିଦ ସ୍ମାରକୀ ଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଲଲିତ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ଫୁଲବାଣୀ ଫୁଟବଲ ଆସୋସିଏଶନ ଏବଂ ସ୍ପୋର୍ଟସ ହଷ୍ଟେଲ ଫୁଲବାଣୀ ମଧ୍ୟରେ ହୋଇଥିଲା । ଫୁଲବାଣୀ ଫୁଟବଲ ଆସୋସିଏଶନ ବିଜୟୀ ହୋଇଥିଲା । ସେହିପରି ଦ୍ୱିତୀୟ ମ୍ୟାଚ ମହାବୀର ଫୁଟବଲ କ୍ଲବ ବୁଢ଼ାଦାନୀ ଏବଂ ସୁଜିତ ଫୁଟବଲ କ୍ଲବ ଫିରିଙ୍ଗିଆ ମଧ୍ୟରେ ହୋଇଥିବା ମ୍ୟାଚରେ ମହାବୀର ଫୁଟବଲ କ୍ଲବ ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚ ଡିଷ୍ଟ୍ରିକ୍ଟ ପୋଲିସ କନ୍ଧମାଳ ଏବଂ ଖଜୁରୀପଡ଼ା ମଧ୍ୟରେ ହୋଇଥିବା ମ୍ୟାଚରେ କନ୍ଧମାଳ ପୋଲିସ ବିଜୟୀ ହୋଇଥିଲା । ଚତୁର୍ଥ ମ୍ୟାଚ ଆର ନୂଆଗାଁ ଏବଂ ଟିଟ୍ରାପଙ୍ଗା ମଧ୍ୟରେ ହୋଇଥିବା ମ୍ୟାଚରେ ୦-୪ ବିଜୟୀ ହୋଇଥିଲା । ଫାଷ୍ଟ୍‌ ସେମି ଫାଇନାଲ ଫୁଲବାଣୀ ଫୁଟବଲ ଆସୋସିଏସନ ଏବଂ ମହାବୀର ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମହାବୀର ଫୁଟବଲ କ୍ଲବ ବିଜୟୀ ହୋଇଥିଲା । ସେହିପରି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚରେ ଡିଷ୍ଟ୍ରିକ୍ଟ ପୋଲିସ କନ୍ଧମାଳ ଏବଂ ଟିଟ୍ରା ପଙ୍ଗା ମଧ୍ୟରେ ହୋଇଥିବା ମ୍ୟାଚରେ ଡିଷ୍ଟ୍ରିକ୍ଟ ପୋଲିସ କନ୍ଧମାଳ ବିଜୟୀ ହୋଇଥିଲା । ଫାଇନାଲ ମ୍ୟାଚ ମହାବୀର ଫୁଟବଲ କ୍ଲବ ଏବଂ ଡିଷ୍ଟ୍ରିକ୍ଟ ପୋଲିସ କନ୍ଧମାଳ ମଧ୍ୟରେ ହୋଇଥିଲା । ଏଥିରେ ୧-୪ ଗୋଲରେ ଡିଷ୍ଟ୍ରିକ୍ଟ ପୋଲିସ କନ୍ଧମାଳ ଚା଼ମ୍ପିଅନ ହୋଇଥିଲା । ଚମ୍ପିଅନସ ଦଳକୁ ଟ୍ରଫି ସହ ୫୦୦୧ ଏବଂ ରନର୍ସଅପ୍‌ ଟ୍ରଫି ସହ ୩୦୦୧ ଅର୍ଥ ରାଶି ପୁରସ୍କୃତ କରାଯାଇଥିଲା । ମ୍ୟାନ୍‌ ଅଫ ଦି ଟୁର୍ଣ୍ଣାମେଣ୍ଟ ପୋଲିସ ଦଳର ମନୋଜ ପ୍ରଧାନ,ବେଷ୍ଟ ଗୋଲ କିପର ପୋଲିସ ଦଳର ମହେଶ ପ୍ରଧାନ ଘୋଷିତ ହୋଇଥିଲେ । ଉଦଯାପିତ ଟୁର୍ଣ୍ଣାମେଣ୍ଟ ତଥା ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଯୋଗ ଦେଇ ଚମ୍ପିଅନସ ଏବଂ ରନର୍ସ ଦଳକୁ ପୁରସ୍କୃତ କରିଥିଲେ । ଅନ୍ୟତମ ଅତିଥି ଭାବେ ଏସଡିପିଓ ବାଲିଗୁଡା ରୋହିତ ବ୍ରହ୍ମା, ଏସଡିପିଓ ସଦର ସୁପ୍ରସନ୍ନ ମଲ୍ଲିକ, ଆଇ ଆଇ ସି ଫୁଲବାଣୀ ଟାଉନ ଅଶୋକ କୁମାର ଗିରି, ଡି ଏସ ଓ ସମୀର କୁମାର ନାୟକ ଏବଂ ସହିଦ ସୁନା ଶିର ମହାନ୍ତି, ଉମାକାନ୍ତ ଜାନି, ସଂଗ୍ରାମ କୁମାର ଲେଙ୍କାଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ । ଉକ୍ତ ଟୁର୍ନାମେଣ୍ଟ ଆର ଆଇ ଧର୍ମେନ୍ଦ୍ର ପ୍ରଧାନ, ସର୍ଜେଣ୍ଟ ସରୋଜ ଓ ପୋଲିସ କର୍ମଚାରୀଙ୍କ ସହଯୋଗରେ ଆୟୋଜିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

eight − 2 =