ନନ୍ଦାହାଣ୍ଡି ବ୍ଲକରେ ଧୁମ୍‌ଧାମରେ ପାଳିତ ହେଲା ପୁଷ ପୁନେଇଁ

0 54

ନନ୍ଦାହାଣ୍ଡି : ଆଦିବାସୀ ହେଉଛନ୍ତି ପ୍ରକୃତିର ଉପାସକ । ଆଦିବାସୀ ମାନଙ୍କର ପର୍ବ ପର୍ବାଣୀ ଋତୁ ଅନୁଯାୟୀ ହୁଏ, ବର୍ତ୍ତମାନ ଚାଷ କାର୍ଯ୍ୟ ସରି ଯାଇଛି ଫସଲ ଅମଳ ହୋଇ ଘରେ ଅଛି, ହାତରେ ଦୁଇ ପଇସା ଅଛି ତେଣୁ ନାଚ ଗୀତ ଓ ମଉଜ ମସ୍ତି କରିବାର ସମୟ । ଏଣୁ ଆଦିବାସୀ ଗ୍ରାମ ଗୁଡ଼ିକରେ ପାଳିତ ହେଉଛି ପୁଷ ପୁନେଇ । ଏହି ପର୍ବରେ ଗ୍ରାମର ଛୋଟଠାରୁ ବଡ ପର୍ଯ୍ୟନ୍ତ ନାଚ ଗୀତ କରି ଘରକୁ ଘର ବୁଲି ମାଗନ୍ତି ନିଜ ସାମର୍ଥ୍ୟ ଅନୁଯାୟୀ ଲୋକେ ଖାଦ୍ୟଶସ୍ୟ ସହ କିଛି ଟଙ୍କା ମଧ୍ୟ ଦିଅନ୍ତି । ଏହି ଆଦାୟ ଜିନିଷ ଓ ଟଙ୍କା କେହି ଘରକୁ ନିଅନ୍ତି ନାହିଁ ଭୋଜି ଭାତ ରେ ଶେଷ ହୋଇଯାଏ କିନ୍ତୁ ଏହି ପର୍ବ ପାଳି ବେଶ ଆମୋଦିତ ହୁଅନ୍ତି ଗ୍ରାମ ବାସିନ୍ଦା । ଚାଷ କର୍ଯ୍ୟରେ ହୋଇଥିବା କଷ୍ଟକୁ ନାଚ ଗୀତରେ ଭୁଲିଯାନ୍ତି । ଆଜି ପୌଷ ପୂର୍ଣ୍ଣିମା ଅବସରରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ଧୁମ୍‌ଧାମରେ ପାଳିତ ହେଲା ଆଦିବାସୀ ମାନଙ୍କ ପୁଷ ପୁନେଇଁ ପର୍ବ । ଏହି ଅବସରରେ ପିଲା ଠାରୁ ବୟସ୍କମାନେ ଏହି ପାରମ୍ପରିକ ପର୍ବ ପାଳନ କରିଥିଲେ । ଏତତବ୍ୟତିତ ବିଭିନ୍ନ ଗ୍ରାମରେ ପାରମ୍ପରିକ ରିତି ନୀତିରେ ଗ୍ରାମ ଦେବତୀମାନଙ୍କ ଠାରେ ପୂଜା କରାଯାଇଥିଲା । ବିଭିନ୍ନ ପାରମ୍ପରିକ ବାଦ୍ୟ ବାଦନ ଯନ୍ତ୍ର , ବେଶ ପୋଷାକରେ ନାଚ ଗୀତ ସହ ପାନିଆ ଝୁନିଆ ମୁଠେକ ଚାଉଲ ଦିଆ ବୋଲି ଘରେ ଘରେ ବୁଲି ଚାଉଳ ପଇସା , ଧାନ ଓ ବିଭିନ୍ନ ବସ୍ତ୍ର ମାଗି ଥିଲେ । ଏହାକୁ ନେଇ ଏକ ପ୍ରକାର ଉତ୍ସବ ମୁଖର ହୋଇଥିଲା ପ୍ରତ୍ୟେକ ଗ୍ରାମ ।

hiranchal ad1
Leave A Reply

Your email address will not be published.

4 × four =