ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

0 142

ହରଭଙ୍ଗା,୧୫/୧ – ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ପଞ୍ଚାୟତ ଡୁମୁରୀମୁଣ୍ଡାସ୍ଥିତ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଓ ନୂତନ ବିଗ୍ରହ ସ୍ଥାପନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ଦିର ମୁଖ୍ୟ ପ୍ରତିଷ୍ଠାତା ଧରଣୀଧର ମେଣ୍ଡିଲି ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ସମ୍ବଲପୁର ଶ୍ରୀଶ୍ରୀ ଅଖଣ୍ଡ ସତ୍ୟ ସନାତନ ସଂଘ ସଭାପତି ସତ୍ୟନାରାୟଣ ମାହାନା ଯୋଗ ଦେଇଥିଲେ । ମନ୍ଦିର ପ୍ରତିଷ୍ଠା ନିମନ୍ତେ ବିଭିନ୍ନ ବିଭାଗ ବଣ୍ଟନ କରାଯାଇଥିବା ଅର୍ଥ କମିଟି ମୁଖ୍ୟ ଦୁର୍ଯ୍ୟୋଧନ ବିଶି, ସଦସ୍ୟ ଜଗଦୀଶ ମେହେର, କ୍ଷେତ୍ରବାସୀ ମେହେର, ଭଣ୍ଡାର ରକ୍ଷକ ବିପିନ ସାହୁ, ପଞ୍ଚାନନ ମହାକୁଡ଼, ନିର୍ଗୁଣ ମହାକୁଡ, ବୀର ପ୍ରଧାନ, କହ୍ନେଇ ପ୍ରଧାନ, ରୋଷେଇ ଓ ପ୍ରାସାଦ ପରିବେଷଣ ଦେବରାଜ ଦନ୍ତା, ଗଣେଶ ପ୍ରଧାନ, ହରି ଜେନା, କାର୍ତ୍ତିକ ଗୁରାଣ୍ଡିି, ହିମାଂଶୁ ଗିରି, କେଶବ ଦେହୁରୀ, ପ୍ରତାପ ପାତ୍ର, ଅକ୍ଷୟ କଲତା, ନରେନ୍ଦ୍ର ପ୍ରଧାନ, ଜମ୍ବେଶ୍ୱର ମହାକୁଡ, ରବି ମହାକୁଡ, ତରଣୀ ପାତ୍ର, ଦେବାର ନାଏକ, ଯଜ୍ଞ ମଣ୍ଡପ ବେଣୁଧର ପଲିଆ, ଜୟଶ୍ୱର ପାତ୍ର, ଅବନୀ ମହାକୁଡ, ଲକ୍ଷ୍ମଣ କ୍ଷେତି, ଗଣ୍ଡାଧର ଷାଣ୍ଢ, ବ୍ରହ୍ମ ଯଜ୍ଞ ପୀଠର ବିଦ୍ୟାଧର ମେହେର, କିରଟି ଦନ୍ତା, ଖଗେଶ୍ୱର ମେହେର, ନାମ ମଣ୍ଡପ ଲକ୍ଷ୍ମଣ ଖେତି, ଧନେଶ୍ୱର ବାରିକ, ବତ୍ସ ପ୍ରଧାନ, ବୈକୁଣ୍ଠ ମହାକୁଡ, ଲବ କୁମାର ଦାସ, ତଦାରଖ କମିଟି କୃତ୍ତିବାସ ପଲିଆ, ସୁରେନ୍ଦ୍ର କର୍ଣ୍ଣ, ଅରୁଣ କୁମାର ମେଣ୍ଡଲି, କଳସ ଶୋଭାଯାତ୍ରା କମିଟି ଋତୁରାଜ ମେଣ୍ଡିଲି, ବିଦ୍ୟାଧର ମେହେର, ନର ପ୍ରଧାନ, ବିପିନ ସାହୁ, ମୁରଲୀ ଜେନାଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଆସନ୍ତା ୨୨ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କଳସ ଶୋଭାଯାତ୍ରା, ଅଷ୍ଟପ୍ରହରୀ ନାମ ଯଜ୍ଞ, ବ୍ରହ୍ମ ଯଜ୍ଞ, ଅନ୍ନ ଯଜ୍ଞ, ସାଧୁ ସନ୍ଥ ସେବା, ସାଂସ୍କୃତିକ କାର୍ଯ୍ୟକ୍ରମ, ସାଧାରଣ ସଭା, ମନ୍ଦିର ପ୍ରତିଷ୍ଟା, ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନଙ୍କ ସୁତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

13 − 6 =