ମହୋତ୍ସବ ଅବସରରେ ବୁଣାକାର ଆଲୋଚନାଚକ୍ର ଓ କର୍ମଶାଳା

0 25

ବୈାଦ୍ଧ,୧୫/୧;- ବୈାଦ୍ଧ ମହୋତ୍ସବ ପଲ୍ଲିଶ୍ରୀ ମେଳା ଓ ହସ୍ତତନ୍ତ ପ୍ରଦର୍ଶନୀ ଅବସରରେ ମହୋତ୍ସବ ପଡିଆ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାର ବୁଣାକାର ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ମା ଭୈରବୀ କଲେଜ ପୁରୁଣାକଟକର ଇତିହାସ ଅଧ୍ୟାପକ ଲଳିତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ର ଓ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଯୋଗଦାନକରି ବୈାଦ୍ଧ ଜିଲ୍ଲାର ବସ୍ତ୍ର ବୟନରେ ନୂତନ ଡିଜାଇନ ପ୍ରସ୍ତୁତ କରିବା ସହିତ ମେକ୍‌ ଇନ୍‌ ବଉଦ ଉପରେ ଗୁରୁ୍‌ତ୍ୱାରୋପ କରିବା ସହିତ ପ୍ରଶାସନ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ନିଜ ବକ୍ତବ୍ୟରେ କହିଥିଲେ । ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ନିଜ ଅଂଚଳର ବସ୍ତ୍ର ପରିଧାନରେ ନିଜକୁ ଗର୍ବ ଅନୁଭବ ହୁଏ ବୋଲି କହିଥିଲେ । ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ତହସିଲଦାର ଦେବୀ ପ୍ରସାଦ ଦାଶ ଯୋଗଦେଇ ବୁଣାକାରଙ୍କ ଉନ୍ନତି ଉପରେ ବକ୍ତବ୍ୟ ରଖିଥିଲେ । ବୈାଦ୍ଧ ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦାନ କରି ବୈାଦ୍ଧ ବୁଣାକାରଙ୍କ ଉତ୍ପାଦିତ ବସ୍ତ୍ରର ବେଶ୍‌ ଚାହିଦା ରହିଛି ବୋଲି କହିଥିଲେ । ବୈାଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ଡ. ପ୍ରବୀର କୁମାର ଦାଶ ଯୋଗଦାନ କରି ବୈାଦ୍ଧ ବୁଣାକାରଙ୍କ ବସ୍ତ୍ର ବୟନ କାରିଗରୀତାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଜାତୀୟ ପୁରସ୍କାରପ୍ରାପ୍ତ ବୟନ କାରିଗର ଗୁଡଭେଲିପଦର ଗ୍ରାମର ଭରତ ମେହେର ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ବୟନ କାରିଗର ଅମୁର୍ଡା ଗ୍ରାମର ଶଙ୍କର ମେହେରଙ୍କୁ ଜିଲ୍ଲାପାଳ ପୁଷ୍ପଗୁଚ୍ଛ ଓ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାର ବିଭିନ୍ନ ବୁଣାକାର ଗ୍ରାମରୁ ଆସିଥିବା ସମସ୍ତ ବୁଣାକାର ଭାଇମାନଙ୍କୁ ଅତିଥିମାନେ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଏଡିଟି ଦାମୋଦର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × three =