ସହିଦ ରେଣ୍ଡୋ ମାଝୀ ମଞ୍ଚର ଦ୍ୱିତୀୟ ସନ୍ଧ୍ୟା, ବଜାଶାଲ, ଘୁମୁରାର ତାଳେ ତାଳେ ଦୁଲୁକିଲା ମଞ୍ଚ

0 54

ଭବାନୀପାଟଣା,୧୬/୧: ରାଜ୍ୟ ଓ ରାଜ୍ୟ ବାହାରର କଳା ଓ କଳାକାରମାନଙ୍କ ମହାସମାବେଶ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା । ଜିଲ୍ଲାରୁ ପ୍ରବହମାନ ଏଇ ସାଂସ୍କ୍ରୁତିକ ଧାରା ସାରା ରାଜ୍ୟ ତଥା ଦେଶକୁ ଯୋଡ଼ି ରଖିବାରେ ସଫଳ ହୋଇପାରିଛି ବୋଲି କଳାହାଣ୍ଡି ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଦ୍ୱିତୀୟ ସନ୍ଧ୍ୟାର ଗୁରୁତ୍ୱପୂର୍ଣ୍ଣ ସମାରୋହ ସହିଦ ରେଣ୍ଡୋ ମାଝୀ ମଞ୍ଚରେ ରଙ୍ଗାରଙ୍ଗ ସାଂସ୍କ୍ରୁତିକ କାର୍ଯ୍ୟକ୍ରମ ସହିତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇଥିବାବେଳେ ବିଶିଷ୍ଟ ଅତିଥିଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଂପାଦକ ପ୍ରବୋଧ କୁମାର ରଥ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ଭବାନୀପାଟଣା ପୌର ପରିଷଦର ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ନୃପରାଜ ଯାଦବ, ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ , ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ, ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଭବାନୀପାଟଣା ସଦର ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ , ମ. ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସଚିନ ପାୱାର ପ୍ରମୁଖ ମଞ୍ଚାସୀନ ଥିଲେ ।

hiring

କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ସତ୍ୟନାରାୟଣ ମହାପାତ୍ର ସଭା ପରିଚାଳନା କରିଥିଲେ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକଗୀତ, ଘୁମୁରା, ମହାବୀର ସାଂସ୍କୃତିକ ଅନୁଷ୍ଠାନର ବଜାଶାଲ, ନୂପୁର, ମୃଣ୍ମୟୀ ସଂସ୍କୃତି ଅନୁଷ୍ଠାନ, ଶ୍ରୀଅରବିନ୍ଦ କଳା ବିକାଶ କେନ୍ଦ୍ର, ବଲାଙ୍ଗୀର ଦୁଲଦୁଲି କଳାପରିଷଦ, ଜିଲ୍ଲା ସଂସ୍କୃତି ପରିଷଦ, କନ୍ଧମାଳ ଜିଲ୍ଲା ସଂସ୍କୃତି ପରିଷଦ, ଗଞ୍ଜାମର ମୁଖା ଓ ମୃଦଙ୍ଗ ନୃତ୍ୟ କଳା ସଂସଦ, ଭୁବନେଶ୍ୱରର ଗୁରୁ ବିଜୟ ଜେନା ଓ ସାଥୀ ଭଳି ରାଜ୍ୟର ବିଭିନ୍ନ ଲୋକକଳା ସହିତ ମଧ୍ୟପ୍ରଦେଶର ବଧେଇ ନୃତ୍ୟ, ମହାରାଷ୍ଟ୍ରର ଲାବଣୀ, ରାଜସ୍ଥାନର ମାନିଂହାର ଓ କାଲବେଲିଆ ଆଦି ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଶେଷରେ ଗୀତକାର ଓ ଲୋକପ୍ରିୟ ଗାୟକ ସର୍ବେଶ୍ୱର ଭୋଇ ଏବଂ ସାଥୀଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ସହିତ ଲୋକେ ମତୁଆଲା ହୋଇ ଉଠିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶୁଭେନ୍ଦୁ ମହାପାତ୍ର, ଲୋଚନୀ ବାଗ, ବିରଞ୍ଚି ନାରାୟଣ ମୁଣ୍ଡ, ସସ୍ମିତା ସିଂହ,ରାମେଶ୍ୱର ତ୍ରିପାଠୀ, ସାବିତ୍ରୀ ମହାରଣା, ସୌରଭ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ଉତ୍ସବର ଦ୍ୱିତୀୟ ମଞ୍ଚ ପାରବା ମଞ୍ଚରେ ବିଭିନ୍ନ କଳାକାରଙ୍କ ପ୍ରଦର୍ଶନ ଲୋକଙ୍କୁ ଶୀତୁଆ ରାତିର ଆନନ୍ଦ ଆଣି ଦେଇଥିଲା । ପାରବା ମଞ୍ଚରେ ସୁଶୀଲ ଗହୀର, ଆଶୁତୋଷ ପୁରୋହିତ, ସ୍ନିଗ୍ଧାରାଣୀ ସିଂହ, ତଥାଗତ ମିଶ୍ର, ଆର୍ୟା ନାୟକ, ସସ୍ମିତା ରାଉତ ପ୍ରମୁଖ ମଞ୍ଚ ସଂଚାଳନ କରିଥିଲେ । ଏଇ ଅବସରରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ପ୍ରଶଂସାପତ୍ର ସହିତ ସମ୍ମାନିତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

thirteen − 7 =