ଏମଜିଏନଆରଇଜିଏରେ ଅନିୟମିତତା ଓ ଶ୍ରମିକ ପାଉଣା ଦାବିରେ ବ୍ଲକ ଘେରାଉ ଓ କାର୍ଯ୍ୟାଳୟ ଭଙ୍ଗାରୁଜା

0 165

ଖପ୍ରାଖୋଲ/ପାଟଣାଗଡ଼: ବାଲାଙ୍ଗୀର ଜିଲ୍ଲା ଖପ୍ର।ଖୋଲ ବ୍ଲକ ମହାରାପଦର ପଂଚାୟତ ସର୍ଗିପାଲି ଗ୍ରାମର ଶ୍ରମିକମାନେ ଏମଜିଏନ୍‌ଆରଇଜିଏ କାର୍ଯ୍ୟର ଅନିୟମିତତା ଓ ଶ୍ରମିକଙ୍କ ପାଉଣା ଦାବୀକୁ ନେଇ ବ୍ଲକ ଘେରାଉ କରିବା ସହିତ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଛନ୍ତି । ଆଜି ଦିନ ୧୧ଟାରେ ମା ବିନ୍ଧ୍ୟାବାସିିନୀ ଶ୍ରମିକ ସଂଘ ସର୍ଗୀପାଲି ଗ୍ରାମର ଶତାଧିକ ଶ୍ରମିକ ଏକ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟକୁ ଧସେଇ ପଶି ବିଡ଼ିଓ ଅନୁପସ୍ଥିତ ଥିବାରୁ ଅସନ୍ତୋଷ ପ୍ରକାଶ କରି ବ୍ଲକ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି । ପୁଲିସ ପ୍ରଶାସନ ପହଂଚି ବୁଝାସୁଝା କରିଥିବା ବେଳେ ଶ୍ରମିକମାନେ ବ୍ଲକ କାର୍ଯ୍ୟ।।ଳୟରୁ ବାହାରି ଖପ୍ର।।ଖୋଲ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ ସର୍ଗିପାଲି ଗ୍ରାମରେ ଏମଜିଏନ୍‌ଆରଇଜିଏ ଯୋଜନାରେ କେନାଳ କାମରେ ଅନିୟମିତତା ହେଇଛି । କାର୍ଯ୍ୟ କରିଥିବା ହିତାଧିକାରୀମାନେ ଟଙ୍କା ଆଜି ପର୍ଯ୍ୟନ୍ତ ଶ୍ରମିକମାନେ ପାଇନଥିବା ବେଳେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧକାରୀଙ୍କୁ ଜଣାଇବାକୁ ଆସି ଥିଲେ । ଅଧିକାରୀ କାର୍ଯ୍ୟାଳୟରେ ନଥିବାରୁ ଅସନ୍ତୋଷ ପ୍ରକାଶ କରିବାସହ କାର୍ଯ୍ୟାଳୟରେ ଥିବା ଟେବୁଲ, ଚୌକି, କବାଟ, ଝରକା, ଟିଭି, ଭଙ୍ଗା ରୁଜା କରିଥିଲେ । ଖବର ପାଇ ଖପ୍ରାଖୋଲ ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରିଥିଲା । ସହକାରୀ ଜିଲ୍ଲାପାଳ କ୍ଷିରୋଦ ଚନ୍ଦ୍ର ସାହୁ, ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝି ,ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ପ୍ରମୁଖ ଧାରଣ ସ୍ଥଳ କୁ ପହଞ୍ଚି ଧାରଣାରତ ଶ୍ରମିକ ମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ହୋଇନାହିଁ । ଶ୍ରମିକମାନେ ବିଡ଼ିଓଙ୍କ ବଦଳି ,ପାଉଣା ଓ ଗାଁ ସାଥି ,ସରପଞ୍ଚଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରମିକ ମାନେ ଦାବି କରିବା ସହ ଧାରଣା ଜାରିରଖିଥିଲେ ।

hiranchal ad1
Leave A Reply

Your email address will not be published.

nine + sixteen =