ବାଲିଗୁଡ଼ା: ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଉତ୍ସବ ପାଳନ କମିଟି ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇବର୍ଷ ହେଲା ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାରଣରୁ ସରକାରଙ୍କ ନିୟମକୁ ମାନି ନିରାଡ଼ମ୍ବର ଭାବେ ସାଧାରଣତନ୍ତ୍ର ଦିବସ ସ୍ୱାଧୀନତା ଦିବସ ପାଳନ ହେଉଥିଲା । ଚଳିତ ବର୍ଷ କଟକଣା ହଟିଥିବାରୁ ପୂର୍ବ ଭଳି ଆଡ଼ମ୍ବରରେ ସାଧାରଣତନ୍ତ୍ର ଦିବସ ପାଳନ କରିବାପାଇଁ ଉଦ୍ୟମ ହୋଇଛି । ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ମଧୁସୂଦନ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଧାରଣତନ୍ତ୍ର ଦିବସରେ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ବିଷୟରେ ବିଦ୍ୟାଳୟ କର୍ତ୍ତୃକ୍ଷଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ଏଥିସହିତ ବାଲିଗୁଡ଼ା ପୋଲିସ୍, ଅଗ୍ନିଶମ ବିଭାଗ,ଏନ୍ଏସି ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି । ଏଥିରେ ବାଲିଗୁଡ଼ା ବିଡ଼ିଓ ଶଶାଙ୍କ ପାତ୍ର, ଅତିରିକ୍ତ ତହସିଲଦାର ବିରେନ୍ଦ୍ର ତ୍ରିପାଠୀ, ଅତିରିକ୍ତ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ପ୍ରଧାନ,ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ବ୍ଲକ୍ ଅଧ୍ୟକ୍ଷା ନିଶାବତୀ ମାରିକ, ସମସ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର ଅଧିକାରୀ ଏବଂ ଗଣମାଧ୍ୟମ ସଦସ୍ୟ ଯୋଗ ଦେଇଥିଲେ ।