ଆସନ୍ତା ୨୫ ରୁ କଟକରୁ ହିଞ୍ଜିଳିକୁ ଓଏସଆରଟିସି ବସ୍‌ ସେବା

0 63

ଗଞ୍ଜାମ,୨୦/୧: ଜନ ସାଧାରଣଙ୍କ ଅସୁବିଧାକୁ ସାକାର କଲେ ଓଡିଶା ସରକାର । କଟକରେ କୋର୍ଟ କାମ, ମେଡିକାଲ କାମ, ଭୁବନେଶ୍ୱରରେ ମେଡିକାଲ କାମସହିତ ଅନ୍ୟାନ୍ୟ ଅଫିସ କାମ ସାରି ହିଞ୍ଜିଳି କିମ୍ବା ପୁରୁଷୋତ୍ତମପୁରକୁ ଆସିବାକୁ କଟକରୁ କିମ୍ବା ଭୁବନେଶ୍ୱରରୁ ଡାଇରେକ୍ଟ ବସ ସୁବିଧା ନଥିବାରୁ ଅଞ୍ଚଳର ସମାଜସେବୀ ବିନାୟକ ଆଚାର୍ଯ୍ୟ, ସାମ୍ବାଦିକ ପ୍ରସନ୍ନ କୁମାର ଦାଶ, ଗୋପାଳ ବାରିକ, କାଳିଆ ପଣ୍ଡା ପ୍ରମୁଖ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସେଲର ମୁଖ୍ୟ ପ୍ରଶାସନିକ ଅଧିକାରୀ ଗୋପବନ୍ଧୁ ଦାଶଙ୍କୁ ଭେଟି ଏକ ସରକାରୀ ବସ ପକାଇବାକୁ ଅନୁରୋଧ କରିଥିଲେ । ସେ ମଧ୍ୟ ଏହାକୁ ରେକୋମେଣ୍ଡ କରି ବିଭାଗୀୟ ଅଧିକାରୀଙ୍କ ପାଖକୁ ପଠାଇ ଥିଲେ । ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବିଚାରକରି ଏକ ସରକାରୀ ବସ ହିଞ୍ଜିଳିରୁ କଟକ ଯିବା ନିମନ୍ତେ ସାଙ୍କସନ କରିଛନ୍ତି । ଯାହାକି ଆଗାମୀ ୨୫ ତାରିଖରୁ ଚାଲିବ ବୋଲି ଖବର ମିଳିଛି, ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଟ୍ରାନ୍ସପୋର୍ଟ ଶାସନ ସଚିବ , ଅଭିଯୋଗ ପ୍ରଶାସନ ଅଧିକାରୀ ଗୋପବନ୍ଧୁ ଦାଶ ଓ ଅଭିଯୋଗ ସେଲର ଅଧିକାରୀ ରୀତାରାଣୀଙ୍କୁ ଏହି ବ୍ୟକ୍ତିମାନେ ଓ ଲୋକମାନେ କୃତଜ୍ଞତା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

20 − 15 =