ଚନ୍ଦ୍ରଭାଗା ମେଳା ଦ୍ୱିତୀୟ ସମନ୍ୱୟ କମିଟି ବୈଠକ

0 69

ପୁରୀ : ରଥଯାତ୍ରା ପରେ ଚନ୍ଦ୍ରଭାଗା ମେଳା ପୁରୀ ଜିଲ୍ଲାର ଏକ ବିପୁଳ ଜନସମାଗମ ହେଉଥିବା ଆଧ୍ୟାତ୍ମିକ ବୁଡ କାର୍ଯ୍ୟକ୍ରମ । ଏହାକୁ ଶୃଙ୍ଖଳିତ ଓ ସୁନ୍ଦର ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚନ୍ଦ୍ରଭାଗା ମେଳାକୁ ଶୃଙ୍ଖଳିତ ପରିଚାଳନା ପାଇଁ ଦ୍ୱିତୀୟ ସମନ୍ୱୟ କମିଟି ପ୍ରସ୍ତୁତି ବୈଠକ ସର୍କିଟ ହାଉସଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଶ୍ରୀ ବର୍ମା ଅଧ୍ୟକ୍ଷତା କରି ଠାକୁରଙ୍କ କାର୍ଯ୍ୟକୁ ଅତି ସୁନ୍ଦର ଭାବେ ଆୟୋଜନ କରାଯିବ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ବିସ୍ତୃତ ସୂଚନା ଦେଇ ପୂର୍ବ ପ୍ରସ୍ତୁତି ବୈଠକ ଓ ନୀତିକାନ୍ତି ବୈଠକର ନିର୍ଯ୍ୟାସ ସମ୍ପର୍କରେ ଆଲୋକପାତ କରିଥିଲେ । ଚଳିତ ମାସ ୨୭ ଓ ୨୮ତାରିଖରେ ୩ ଠାକୁରଙ୍କୁ ନେଇ ଚନ୍ଦ୍ରଭାଗାରେ ମାଘ ସପ୍ତମୀ ମେଳା ଅନୁଷ୍ଠିତ ହେବ । ୨୭ ତାରିଖ ରାତ୍ର ୮.୧୦ରୁ ରାତ୍ର ୧୦.୪୦ ମଧ୍ୟରେ ତିନି ଠାକୁରଙ୍କ ବିମାନ ବିଜେ, ୧୧.୩୦ ରୁ ରାତ୍ର ୧୨ ଟା ମଧ୍ୟରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ଠାକୁରଙ୍କ ପୂଜା ଓ ଭୋଗ ଲାଗି ଅନୁଷ୍ଠିତ ହେବ । ରାତ୍ର ୧.୧୬ ରୁ ଠାକୁରଙ୍କ ପୂଜାର୍ଚ୍ଚନା ଓ ରାତ୍ର ୪.୪୧ରୁ ୬.୨୪ ମଧ୍ୟରେ ଠାକୁର ମାନଙ୍କ ମହାସ୍ନାନ ପରେ ଶ୍ରଦ୍ଧାଳୁ ମାନଙ୍କୁ ଚନ୍ଦ୍ରଭାଗା ପୁଷ୍କରିଣୀ ରେ ବୁଡ ପକାଇବାର ସୁଯୋଗ ମିଳିବ । ଠାକୁର ମାନଙ୍କ ନୀତିରେ ଯେପରି ବିଳମ୍ବ ନ ହୁଏ ସେଥିପାଇଁ ପୂଜକ ଓ ସେବାୟତମାନେ ସହଯୋଗ କରିବାକୁ ଅନୁରୋଧ କରାଗଲା । ଆଇନ ଶୃଙ୍ଖଳା ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା,ପରିବହନ, ରାସ୍ତା ଘାଟ ମରାମତି, ଚନ୍ଦ୍ରଭାଗା ପୁଷ୍କରିଣୀ ଖନନ, ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ପାନୀୟ ଜଳ ବ୍ୟବସ୍ଥା, ଗାଡି ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଅସ୍ଥାୟୀ ସୂଚନା କେନ୍ଦ୍ର ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଉପଜିଲ୍ଲାପାଳ ଭବତାରଣ ସାହୁ, କୋଣାର୍କ ଏନଏସି ଅଧ୍ୟକ୍ଷ ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, କୋଣାର୍କ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସେକ ସଗିର, ଡେପୁଟି କଲେକ୍ଟର ଶ୍ରୀ ରାକେଶ ପଣ୍ଡା,ସନ୍ଥ ସମିତିର ଶରତ ଜୟସିଂ, ତିନି ଠାକୁରଙ୍କ ସେବାୟତ, ଅନ୍ୟାନ୍ୟ ଅଧିକାରୀ ଓ ସଦସ୍ୟମାନେ ଯୋଗ ଦେଇ ଆଲୋଚନା ରେ ଅଶଂଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

5 + eleven =