ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳାର ତୃତୀୟ ସନ୍ଧ୍ୟା

0 49

ପାରଳାଖେମୁଣ୍ଡି,୨୧/୧- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୨ ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ନିର୍ଦ୍ଦେଶକ ଆଦର୍ଶ ବିଦ୍ୟାଳୟ ଓଡ଼ିଶା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ ଜଙ୍ଗଲ ସଂରକ୍ଷଣ ଅଧିକାରୀ, ଜିଲ୍ଲା ବନ ଖଣ୍ଡ ଅଧିକାରୀ ଅମ୍ଳାନ ନାୟକ, ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଗଜପତି ଏସ ପି ସ୍ୱାତି ଏସ କୁମାର, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଖେଳାଳୀ କିଶୋର ଚନ୍ଦ୍ର ରଥ, ପର୍ବତରୋହି ଗଣେଶ ଜେନା, ସୁଶ୍ରୀ ପୂଜା ଅଶ୍ୱିନୀ ନାୟକ ପାରା ଆଥଲେଟିକ ପ୍ରମୁଖ ମଞ୍ଚାସିନ ଥିଲେ । ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ ।

hiring

ଉତ୍କଳ ହିତୈଷିଣି ସମାଜ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଗଜପତି ଉତ୍ସବର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ହେଲା ନିଜର କଳା ସଂସ୍କୃତିକୁ ଉଦଜୀବିତ କରିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କଳାକୁ ପ୍ରଦର୍ଶନ କରି ଲୋକଲୋଚନକୁ ଆଣିବା ପର୍ବତାରୋହୀ ଗଣେଶ ଜେନା, ଖେଳାଳୀ କିଶୋର ଚନ୍ଦ୍ର ରଥ, ଆଥଲେଟିକ ସୁଶ୍ରୀ ପୂଜା ଅଶ୍ୱିନୀ ପ୍ରମୁଖଙ୍କୁ ମୁଖ୍ୟଅତିଥି ମାନଙ୍କ ଦ୍ୱାରା ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସି ଡି ଉନ୍ମୋଚନ କରାଯାଇଥିଲା । ଶେଷରେ ଜିଲ୍ଲାର ଓ ଜିଲ୍ଲାବାହାରୁ ଆସିଥିବା କଳାକାରମାନେ ନିଜର କଳା ପରିବେଷଣ କରିଥିଲେ । ଏହି ଉତ୍ସବ ଦେଖିବା ସକାଶେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଲୋକଙ୍କ ସୁଅ ଛୁଟିଥିଲା । ଏହି ଉତ୍ସବ ଜିଲ୍ଲା ସଂସ୍କୃତି ପରିଷଦ ଦ୍ୱାରା ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା ମଙ୍ଗରାଜଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

six − three =