ହଂସ ବଂଶୀୟ ଯାଦବଙ୍କ ପାଟ ପୂଜା

0 58

କୋକସରା : କଲାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଠାରେ ହଂସ ବଂଶୀୟ ଯାଦବଙ୍କ ପାଟ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଛି । ଗୋଟିଏ ପାଟ (ପିଢ଼ି )ରେ ଦୀର୍ଘ ୨୨ ବର୍ଷ ପରେ ଅନୁଷ୍ଠିତ ହୋଇଥିବା ଏହି ପୂଜାରେ ହଂସ ବଂଶର ସମସ୍ତ ଭାଇମାନେ ବିଭିନ୍ନ ଗ୍ରାମରୁ ଏକତ୍ରିତ ହୋଇ ନିଜ କୁଲ ଦେବତା ପୂର୍ବ ପୁରୁଷାକୁ ଆବାହନ କରି ପୂଜା ପାଠ କରି ସାନ୍ତ୍ୱନା କରିଥାନ୍ତି । କୂଳ ଦେବତା ମା’ ସମଲେଶ୍ୱରୀ, ମାଲଛମା କନା ଭୈରୋ, ବାବୁରାଏ ପିତୃ ପୁରୁଷଙ୍କ ଲାଠି କାଳିସୀକୁ ପୂଜା କରି ନଗର ପରିକ୍ରମା କରିଥାନ୍ତି । ବିଶ୍ୱାସ ଅଛି କି ଏହି ପୂଜା କରିବାଦ୍ୱାରା ପରମ୍ପରା ବଜାୟ ରହିବା ସହ ସମସ୍ତେ କୁଶଳରେ ଜୀବନ ଯାପନ କରିଥାନ୍ତି । ଏହି ପାଟ ଯାତ୍ରାରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, କୋକସରା ଜୋନ ଜିଲ୍ଲାପରିଷଦ ସଭ୍ୟ ତ୍ରିନାଥ ବାଗ ଉପସ୍ଥିତ ରହି ଦର୍ଶନ କରିଥିଲେ । ପୂଜକ ଗଣେଶ୍ୱର ହଂସ, ଶିରା ରୋହିତ ହଂସ, ଆୟୋଜକ କର୍ମକର୍ତ୍ତା ଯୁଗଳ କିଶୋର ହଂସ, ଶୀଧେଶ୍ୱର ହଂସ, କରୁଣାକର ହଂସ, କ୍ଷୀରସିନ୍ଧୁ ହଂସ, ଦୟାନିଧି ହଂସ, ରମେଶ ଚନ୍ଦ୍ର ହଂସ, ଦୀନବନ୍ଧୁ ହଂସ, କରୁଣାକର ହଂସ ସମୂହ ପୂଜା କାର୍ଯ୍ୟ ଓ ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

two × 2 =