ସାମ୍ବାଦିକଙ୍କ ମାତୃ ବିୟୋଗ

0 93

ଫୁଲବାଣୀ : ଫୁଲବାଣୀ ସହରର ଜଣାଶୁଣା ସାମ୍ବାଦିକ ତଥା ସଙ୍ଘ ସଂଗଠନ ସମ୍ପାଦକ ଜୟସେନ ପରିଡାଙ୍କ ମାଆ ଶଶିରେଖା ପରିଡାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ଶଶିରେଖା ଗତ କିଛିଦିନ ହେଲା ମଧୁମେହ ଓ ଉଚ୍ଚ ରକ୍ତଚାପ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ସେ ଜଣେ ସମାଜସେବୀ, ଧର୍ମ ପରାୟଣା, ପରାପକାରୀ, ମହିଳା ଥିଲେ । ତାଙ୍କ ମୃତ୍ୟୁରେ ସହରରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଶଶୀରେଖା ପରିଡାଙ୍କ ଶେଷକୃତ୍ୟ ସମ୍ପନ୍ନ ସ୍ଥାନୀୟ ନାରାୟଣୀ ଶ୍ମସାନରେ ହୋଇଥିଲା । ତାଙ୍କ ପରଲୋକ ପାଇଁ ଗତକାଲି ଲକ୍ଷ୍ମୀ ମାର୍କେଟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା ।ତାଙ୍କର ମୃତ୍ୟୁରେ ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସଭାପତି ସୁନୀଲ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗାଲ, ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ ବେହେରା, କେଡିଜେଏ ସାଧାରଣ ସମ୍ପାଦକ ଅଶୋକ ପରିଡା, ନାରାୟଣ ସାହୁ, ଶିବାନନ୍ଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା କେଡିଜେଏ ସଭାପତି ଡଃ ଅରୂପ ଜେନା, ବିଜୟ ମହାନ୍ତି, ଅଜିତ ମହାରଣା, ଅଶୋକ ମହାନ୍ତି, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଶିବ ବିଶ୍ୱାଳ, ସୁଧୀର ମହାରଣା, ରଂଜିତ ବେହେରା, ବୈଦ୍ୟ ନାୟକ, ଆଇନଜିବୀ ଟି. ସୁନୀଲ, ବ୍ୟବସାୟୀ ବଂଶୀଧର ସ୍ୱାଇଁ, ବିଜୟ ସ୍ୱାଇଁଙ୍କ ସମେତ ବହୁ ବ୍ୟବସାୟୀ, ମହିଳା ସମାଜସେବୀ ପ୍ରମୁଖ ଗଭୀର ଶୋକ ବ୍ୟକ୍ତି କରିବା ସଂଗେ ସଂଗେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

twenty − 19 =