ପାଟଣାଗଡ଼ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ,
ସାଂସଦ ଓ ପୂର୍ବତନ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ

0 210

ପାଟଣାଗଡ଼ : କିଛି ଦିନ ତଳେ ବଲାଙ୍ଗିରରେ ହୋଇଥିବା ଦିଶା ବୈଠକରେ ବଲାଙ୍ଗିର ସାଂସଦ ସଂଙ୍ଗୀତା କୁମାରୀ ସିଂ ଦେଓ ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ ନୀଳକାନ୍ତ ବାଗଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ପାଟଣାଗଡ଼ ବିଜେଡି କାର୍ଯ୍ୟାଳୟରେ ପାଟଣାଗଡ଼, ବେଳପଡା ଓ ଖପ୍ରାଖୋଲ ବ୍ଳକ ଅଧ୍ୟକ୍ଷ ଏକ ସାମ୍ବାଦିକ ସମ୍ମୀଳନୀ କରିଥିଲେ । ସାମ୍ବାଦିକ ସମ୍ମିଳନୀ ପରେ ବିଜେଡି କାର୍ଯ୍ୟାଳୟରେ ବିଜେଡିର ଶହଶହ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ବଲାଙ୍ଗିର ସାଂସଦ ଓ ପୂର୍ବତନ ପାଟଣାଗଡ଼ ବିଧାୟକ ତଥା ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।
ଦୁଇଦିନ ତଲେ ଦିଶା ବୈଠକରେ ଜିଲ୍ଲାପାଳଙ୍କ ଉପସ୍ଥିତି ବିଳମ୍ବକୁ ନେଇ ବର୍ଷିଥିଲେ ସାଂସଦ ସଂଙ୍ଗୀତା କୁମାରୀ ସିଂ ଦେଓ । ଏଥିସହ ବୈଠକରେ ଜିଲ୍ଲାପାଳଙ୍କୁ ସମୟାନୁ ବର୍ଦ୍ଧିତର ପାଠ ପଢାଇ ଥିଲେ ସାଂସଦ । ବୈଠକରେ ସାଂସଦଙ୍କ ଉଚ୍ଚାରଣ ଓ ବ୍ୟବହାରକୁ ନେଇ ବ୍ଳକ ଅଧ୍ୟକ୍ଷ ମାନେ ଅସନ୍ତୋଷ ବ୍ୟକ୍ତି କରିବା ସହ ବୈଠକ ବର୍ଜନ କରିଥିଲେ । ବିଭିନ୍ନ ବିଭାଗ ଉପରେ ସାଂସଦ ସମୀକ୍ଷା କରିବା ସହିତ ପ୍ରଶାସନୀକ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ସହ ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ ନୀଳକାନ୍ତ ବାଗଙ୍କୁ ‘ଗେଟ ଆଉଟ୍‌’ ବୋଲି ସାଂସଦ କହିଥିବା ଅଭିଯୋଗ ଆଣିଛନ୍ତି ପାଟଣାଗଡ ବ୍ଲକ ଅଧ୍ୟକ୍ଷ । ସେହିପରି ବେଳପଡା ବିଡିଓଙ୍କୁ ପାଟଣାଗଡ଼ର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ ସର୍ବ ସମ୍ମୁଖରେ ଚାକର ବୋଲି କହିବା ସହ ତାଙ୍କୁ ଅପମାନ କରିଥିବା ନେଇ ବେଳପଡା ବ୍ଳକ ଅଧ୍ୟକ୍ଷା ଟିନା କୁମ୍ଭାର କହିଛନ୍ତି । ଏହି ସବୁ ଘଟଣାକୁ ନେଇ ପାଟଣାଗଡ଼ ବିଜେଡି କାର୍ଯ୍ୟାଳୟରେ ପାଟଣାଗଡ଼, ବେଳପଡା ଓ ଖପ୍ରାଖୋଲ ବ୍ଳକ ଅଧ୍ୟକ୍ଷ ଅଧ୍ୟକ୍ଷା ମିଶି ଏକ ସାମ୍ବାଦିକ ସମ୍ମୀଳନୀ କରିବା ସହ ସାଂସଦ ସଂଙ୍ଗୀତା କୁମାରୀ ସିଂ ଦେଓ ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ ନୀଳକାନ୍ତ ବାଗକୁ ୨ ଦିନ ଭିତରେ କ୍ଷମା ନ ମାଗନ୍ତି ପାଟଣାଗଡ଼ରେ ରାସ୍ତା ରୋକ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବ୍ଳକ ଅଧ୍ୟକ୍ଷ ନୀଳକାନ୍ତ ବାଗ ଚେତାବନୀ ଦେଇଛନ୍ତି । ପୂର୍ବ ଘଟଣାକୁ ନେଇ ସାମ୍ବାଦିକ ମାନେ ପ୍ରଶ୍ନ କରିବା ପରେ ଦୁଇଟି ପ୍ରଶ୍ନର ଉତ୍ତର ରଖିବା ସହ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ନ ରଖି ପ୍ରଶ୍ନକୁ ଏଡାଇବା ଚେଷ୍ଟା କରି ‘NO MORE QUESTION’ କହି ତିନି ବ୍ଳକର ଅଧ୍ୟକ୍ଷ ଉଠି ଚାଲିଯାଇଥିଲେ ।

hiranchal ad1
Leave A Reply

Your email address will not be published.

four × one =