‘ଗ୍ଲୋରି ଫେଷ୍ଟ୍‌-୨୦୨୩’ ଉଦ୍‌ଯାପିତ, ଗ୍ଲୋରି କୁଇନ୍‌ ମୁକୁଟ ପିିନ୍ଧିଲେ ପୂଜା ବିଶ୍ୱାସ

0 104

ପୁରୀ: ଶ୍ରୀକ୍ଷେତ୍ର ଅଗ୍ରଣୀ ଯୁବ ସାଂସ୍କୃତିକ ଅନୁଷ୍ଠାନ ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର ଆନୁକୂଲ୍ୟରେ ତିନିଦିନଆ ‘ଗ୍ଲୋରି ଫେଷ୍ଟ୍‌-୨୦୨୩’ ରବିବାର ବେଳାଭୂମୀରେ ଉଦଯାପିତ ହୋଇଛି । ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ହସ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ତନୟା ପଟ୍ଟନାୟକ, ହୋଲି ସ୍ୱସ୍ତିକ ଡେଭଲପର୍ସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ପ୍ରଭାସ ମହାନ୍ତି, ଆଇନଜୀବୀ ବିଭୂ ତ୍ରିପାଠୀ,ହୋଟେଲିଅର ରାଜ କିଶୋର ପାତ୍ର ଯୋଗଦେଇଥିଲେ ।
ଏହି ଦିବସର ମୁଖ୍ୟ ଆକର୍ଷଣ ଥିଲେ ସାରେଗାମାପା ବିଜେତା ତଥା ବଲିଉଡ କଣ୍ଠଶିଳ୍ପୀ ଅନିକ ଧର୍‌ ଓ ଲୋପାମୁଦ୍ରା । ଏମାନଙ୍କ ଗୀତରେ ଦର୍ଶକମାନେ ଝୁମିଥିଲେ । ବେଳାଭୂମୀର ଶିତୁଆ ସନ୍ଧ୍ୟାକୁ ଅନିକଙ୍କ ଗୀତ ଦର୍ଶକଙ୍କୁ ମୋହିତ କରିଥିଲା । କାର୍ଯ୍ୟକ୍ରମକୁ ଆଙ୍କର ପିୟୂଷ ସଂଯୋଜନା କରିଥିଲେ । ହାଇଟେକ କଲେଜ ଅଫ ନର୍ସିଂର ଛାତ୍ରୀ ପୂଜା ବିଶ୍ୱାସ ଚଳିତବର୍ଷ ଗ୍ଲୋରି କୁଇନ୍‌-୨୦୨୩ ମୁକୁଟ ପିନ୍ଧିଛନ୍ତି । ଗ୍ଲୋରିକୁଇନ୍‌ର ପ୍ରଥମ ରନର୍ସଅପ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ଛାତ୍ରୀ ମିନୁ ଭୋଇ, ଦ୍ୱିତୀୟ ରନର୍ସଅପ ରାଉରକେଲାର ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଜାନଭି ପ୍ରଜ୍ଞାପ୍ତି ସ୍ଥାନ ହାସଲ କରିଛନ୍ତି । ଏହାସହ ଖଲିକୋଟ ବିଶ୍ୱବିଦ୍ୟାଳୟ ଦଳଗତ ଚମ୍ପିୟନ ଟ୍ରଫି ହାତେଇଥିବାବେଳେ ସେହି ବିଶ୍ୱବିଦ୍ୟାଳୟର କ୍ଷିତିଜ ମିଶ୍ର ଟ୍ୟାଲେଣ୍ଟ ଅଫ୍‌ ଦି ୟର ଭାବେ ପୁରସ୍କୃତ କରାଯାଇଥିଲା । ସେହିପରି ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଟିମକୁ ଶୃଙ୍ଖଳିତ ଦଳ ଭାବେ କରାଯାଇଛି । ଏହାସହ ଅନ୍ୟାନ୍ୟ ୧୪ ଗୋଟି ବିଭାଗରେ ଅନୁଷ୍ଠିତ ହୋଇଥିବା କୃତି ପ୍ରତିଯୋଗୀମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଛି ।
ଏହି ଉତ୍ସବରେ ଖଲିକୋଟ ବିଶ୍ୱବିଦ୍ୟାଳୟ, ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ କ୍ୟାମ୍ପସ, ଏସ୍‌ସିଏସ୍‌ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜି.ଏମ୍‌ ଆଇନ ମହାବିଦ୍ୟାଳୟ, ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ, ଆଞ୍ଚଳିକ ଡିଗ୍ରି କଲେଜ ଢେଙ୍କାନାଳ ହାଇଟେକ୍‌ କଲେଜ ଅଫ୍‌ ନର୍ସିଂ, ହାଇଟେକ୍‌ ସ୍କୁଲ୍‌ ଅଫ ନର୍ସିଂର ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ତଥା ଗ୍ଲୋରି ଫେଷ୍ଟ୍‌-୨୦୨୩ର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଜୟନ୍ତ କୁମାର ଷଡଙ୍ଗୀ, ଆୟୋଜକ କମିଟି ଅଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆ, ଅର୍ଥ କମିଟିର ଅଧ୍ୟକ୍ଷ ଗୌରହରି ପ୍ରଧାନ, ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀ, କାର୍ଯ୍ୟକାରୀ ଅଧ୍ୟକ୍ଷ ରାଜେଶ କୁମାର ମହାନ୍ତି, ଉପାଧ୍ୟକ୍ଷ ରାକେଶ ସାମଲ, ଯୁଗ୍ମ-ଉପାଧ୍ୟକ୍ଷ ହରପ୍ରସାଦ ବିଶ୍ୱାଳ, ବିଦ୍‌ରୋହ କେଶରୀ ସିଂ, ପୂର୍ଣ୍ଣେନ୍ଦୁ ପଟ୍ଟନାୟକ, ସାଧାରଣ ସଂପାଦକ ସଂଗ୍ରାମ କେଶରୀ କାନୁନ୍‌ଗୋ, ସଂଗଠନ ସଂପାଦକ ଦେବେନ୍ଦ୍ର ପ୍ରସାଦ ମହାପାତ୍ର, କୋଷାଧ୍ୟକ୍ଷ ଦାମୋଦର ଶତପଥୀ, ସାଂସ୍କୃତିକ ସଂପାଦକ ଜିତେନ୍ଦ୍ର ନାଥ କଟିସ, ମୁଖପାତ୍ର ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ସାଥୁଆ ଓ ସୌମିତ୍ର ହରିଚନ୍ଦନ, ସମାଜସେବା ସଂପାଦକ ସୌମ୍ୟରଞ୍ଜନ ମିଶ୍ର, ବରିଷ୍ଠ ସଦସ୍ୟ ସଞ୍ଜୀବ କୁମାର ରଥଶର୍ମା, ଆଲୋକ ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

20 − eighteen =