ସୁଭଦ୍ରା ମହତାବ ସେବା ସଦନର ଦୁଇ ନାବାଳିକା ଅନ୍ତେବାସୀ ଫେରାର

0 61

ଘୁ ଉଦୟଗିରି:ସ୍ଥାନୀୟ ସୁଭଦ୍ରା ମହତାବ ସେବା ସଦନରୁ ଦୁଇ ଜଣ ନାବାଳିକା ପାଚେରୀ ଡେଇଁ ଫେରାର ହୋଇଯାଇଥିବା ନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ପରେ ଦୁଇଟି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁସାରେ ସ୍ଥାନୀୟ ଥାନା ଅଞ୍ଚଳର ଜଣେ ନାବାଳିକା ପ୍ରେମ ବ୍ୟାପାରକୁ ନେଇ ଫେରାର ଥିବା ବେଳେ ପୋଲିସ ଉଦ୍ଧାର କରି ତାକୁ ଡିଡବ୍ଲୁସି ନିକଟରେ ହାଜର କରିବା ପରେ ଉଦ୍ଧାର ହୋଇଥିବା ନାବାଳିକାକୁ ସ୍ଥାନୀୟ ସୁଭଦ୍ରା ମହତାବ ସେବା ସଦନରେ ରଖିଥିଲେ । ସେଇଭଳି ଚକପାଦ ଥାନା ଅଞ୍ଚଳର ମଧ୍ୟ ଏକ ପ୍ରେମ ଜନିତ ମାମଲାରେ ଜଣେ ନାବାଳିକାକୁ ଉଦ୍ଧାର କରି ଆଣି ସୁଭଦ୍ରା ମହତାବ ସେବା ସଦନରେ ରଖିଥିଲେ । ଜଣେ ନାବାଳିକା ଦୀର୍ଘ ୯ମାସ ହେଲା ଏବଂ ଅନ୍ୟ ଜଣେ ୩ମାସ ହେଲା ଏହି ସୁଭଦ୍ରା ମହତାବ ସେବା ସଦନ ରେ ରହୁଥିଲେ । ହେଲେ ଦୁଇ ନାବାଳିକା ହଠାତ ପାଚେରୀ ଡେଇଁ ଫେରାର ହୋଇଯାଇଥିବା ଜଣାପଡିବା ପରେ ସେବାସଦନ ପକ୍ଷରୁ ଖୋଜା ଖୋଜି କରିବା ସହ ଥାନାରେ ଏକ ଲିଖିତ ଏଫଆଇଆର ପ୍ରଦାନ କରିବା ପରେ ଭାରପ୍ରାପ୍ତ ଥାନା ଅଧିକାରୀ ଏସଆଇ ଅନନ୍ତ କୁମାର ପ୍ରଧାନ ପୃଥକ ପୃଥକ ଦୁଇଟି ମାମଲା ନଂ ୧୦ ଏବଂ ୧୧/୨୩ ରେ ମାମଲା ରୁଜୁ କରି ନିଜେ ତଦନ୍ତ ଦାୟିତ୍ୱ ନେଇ ତଦନ୍ତ କରିବା ସହ ଦୁଇ ନାବାଳିକାଙ୍କୁ ଖୋଜିବା ଆରମ୍ଭ କରିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − eighteen =