ଭଣ୍ଡରଙ୍ଗୀ ଓ ଲଙ୍କାଗଡ଼ ପଞ୍ଚାୟତରେ ସିଆରପିଏଫ ତରଫରୁ ସୋଲାର ଲ୍ୟାମ୍ପ ୱାଟର ଫିଲଟର ବଣ୍ଟନ

0 91

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଭଣ୍ଡରଙ୍ଗୀ ଓ ଲଙ୍କାଗଡ ପଞ୍ଚାୟତଠାରେ କେନ୍ଦ୍ରୀୟ ସୁରକ୍ଷା ବଳ ଡି/୧୨୭ ବାଟାଲିୟନ ତଥା ଏଫ/୧୨୭ ବଟାଲିୟନ ତରଫରୁ ଏକ ଜନ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା ତତ୍ତ୍ୱାବଧାନରେ ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଡି/୧୨୭ ବାଟାଲିୟନ ଭଣ୍ଡରଙ୍ଗୀ ତଥା ଏଫ/୧୨୭ ବାଟାଲିୟନ ଲଙ୍କାଗଡ଼ରେ ଆଣ୍ଟି ନକ୍ସଲ ଡିଉଟି ପାଇଁ ଥାନା ମାନଙ୍କ ଅଧୀନରେ ନିୟୋଜିତ ହୋଇଛି । ଉକ୍ତ ଦୁଇ ପଞ୍ଚାୟତର ଅଭାବୀ ଏବଂ ଗରିବ ପରିବାରରଙ୍କୁ ସିଆରପିଏଫ ୧୨୭ ବାଟାଲିୟନର ଦ୍ୱିତୀୟ କମାଣ୍ଡ ଅଧିକାରୀ ମଉଲି ମୋହନ କୁମାର ଉପସ୍ଥିତ ରହି ସୋଲାର ଲ୍ୟାମ୍ପ ଏବଂ ୱାଟର ଫିଲଟର ବଣ୍ଟନ କରିଥିଲେ ।

hiring

ପରେ ପରେ ଭାରତର ସ୍ୱାଧୀନତା ଆନ୍ଦୋଳନ ସହ ଜଡିତ କ୍ଷୁଦ୍ର ଚଳଚ୍ଚ଼ିତ୍ର ଜନସାଧାରଣଙ୍କୁ ପ୍ରଦର୍ଶିତ କରାଯାଇଥିଲା । ଏଥିରେ ୧୨୭ ବାଟାଲିୟନର ସିନିୟର ମେଡିକାଲ ଅଫିସର ଡ଼ଃ.ରାହୁଲ ମାଲପୋତ୍ରା, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ.ସି.-ଡି/୧୨୭ ବାଟାଲିୟନର ବିଜୟ ପ୍ରକାଶ ଚୋବେ, ଭଣ୍ଡରଙ୍ଗୀ ପଞ୍ଚାୟତ ସରପଞ୍ଚ ଅନନ୍ତ ପାତ୍ର, ଭଣ୍ଡରଙ୍ଗୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପାଳ ଦେଶୀନାୟକ,ଓ.ସି-ଏଫ/୧୨୭ ଇନ୍ସପେକ୍ଟର ବିଶନ ରାମ, ଲଙ୍କାଗଡ ପଞ୍ଚାୟତ ର ସରପଞ୍ଚ ସସ୍ମିତା ପାତ୍ର, ଲଙ୍କାଗଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୌରଭ ମଳିକ, ଲଙ୍କାଗଡ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧୁସୂଦନ ପାତ୍ର ତଥା ଦୁଇ ପଞ୍ଚାୟତର ବହୁ ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଯୋଜନା ଅଧୀନରେ ସମୁଦାୟ ୪୪ ଟି ପରିବାର ଉପକୃତ ହୋଇଥିଲେ । ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ୧୨୭ ବାଟାଲିୟନର ଦ୍ୱିତୀୟ କମାଣ୍ଡ ଅଧିକାରୀ ମଉଲି ମୋହନ କୁମାର ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

four × 1 =