ବୌଦ୍ଧ: ଓକିଲଙ୍କ ହାତରୁ ୨ଲକ୍ଷ ଟଙ୍କା ଝାଂପିନେଲେ ଦୁବୃର୍ତ୍ତ

0 63

ବୌଦ୍ଧ,୨୩/୧:- ବୌଦ୍ଧ ସହରର ଜନଗହଳିପୂର୍ଣ୍ଣ ସ୍ଥାନରୁ ଜଣେ ଓକିଲଙ୍କ ଠାରୁ ୨ଜଣ ଦୁବୃର୍ତ୍ତ ଟଙ୍କା ଲୁଟି ନେଇଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ଖବର ଅନୁଯାୟୀ ଆଜି ଦିନ ୧୨ଟା ସମୟରେ ବୌଦ୍ଧ କୋର୍ଟ ନିକଟରେ ଥିବା କୋର୍ଟ ପୋଷ୍ଟ ଅଫିସକୁ ଟଙ୍କା ବାନ୍ଧିବାପାଇଁ ବୌଦ୍ଧର ଜଣେ ବରିଷ୍ଠ ଓକିଲ ଦେବେନ୍ଦ୍ର ନାଥ ଗୁରୁ ଆସିଥିବା ବେଳେ ତାଙ୍କଠାରୁ ୨ ଜଣ ଦୁବୃର୍ତ୍ତ ଏକ କେଟିଏମ ଗାଡିରେ ଆସି ଝାଂପିନେଇ ବୁଟୁପାଲି ରାସ୍ତାରେ ଚାଲିଯାଇଥିବା ସେ ଅଭିଯୋଗ କରିଛନ୍ତି । ଓକିଲ ଜଣକ ପାଟି କରିବାରୁ ପାଖରେ ଥିବା କିଛି ବ୍ୟକ୍ତି ଲୁଟେରାମାନଙ୍କ ଗାଡିକୁ ପିଛା କରିଥିଲେ ମଧ୍ୟ ଜାତୀୟ ରାଜପଥ ନଂ ୫୭ରେ ଲୁଟେରାମାନେ ଚାରିଛକ ଆଡକୁ ଚାଲିଯାଇଥିବା ସୂଚନା ମିଳିଛି । ଶ୍ରୀ ଗୁରୁ ବୌଦ୍ଧ ଷ୍ଟେଟବ୍ୟାଙ୍କ ଶାଖାରୁ ୨ଲକ୍ଷ ଟଙ୍କା ଉଠାଣକରି କୋର୍ଟ ପୋଷ୍ଟ ଅଫିସରେ ଜମାଦେବାକୁ ଆସୁଥିବାବେଳେ ପୋଷ୍ଟ ଅଫିସ ସାମନାରେ ଏଭଳି ଲୁଟ୍‌ର ଶିକାର ହୋଇଥିବା ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

7 + five =