ମହାସମାରୋହରେ ପାଳିତ ହେଲା ମାଘ ତିଳ ସପ୍ତମୀ

0 94

ହରଭଙ୍ଗା,୨୮/୧:- ଓଡ଼ିଆ ସଂସ୍କୃତି, ପରମ୍ପରା ଓ ପୌରାଣିକ ମତ ଅନୁଯାୟୀ ମାଘମାସକୁ ପବିତ୍ର ମାସ କୁହାଯାଏ । ଏହି ମାସରେ ଗାଁଠୁ ସହର ସବୁଠି ନାମଯଜ୍ଞ ଅନୁଷ୍ଠିତ ହୋଇଥାଏ । ଏହି ମାସର ସାତ ଦିନଟିକୁ ତିଳ ସପ୍ତମୀ ବା ରଥ ସପ୍ତମୀ ନାମରେ ମଧ୍ୟ ପରିଚିତ । ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିର ଏହା ହେଉଛି ସପ୍ତମୀ ଦିନ । ଏହି ଦିନରେ ସୂର୍ଯ୍ୟ ଦେବତା ନିଜର ସାତୋଟି ଘୋଡାସହ ଉତ୍ତର ଗୋଲାର୍ଦ୍ଧକୁ ଗତିକରନ୍ତି । ଋଷି କାଶ୍ୟପ ଓ ପତ୍ନୀ ଅଦିତିଙ୍କ ଠାରୁ ସୂର୍ଯ୍ୟ ଏହି ଦିନରେ ଜନ୍ମ ହୋଇଥିଲେ ବୋଲି ପୌରାଣିକ ମତ ରହିଛି । ଭାରତୀୟ କୃଷକମାନେ ସୂର୍ଯ୍ୟ ଦେବତାଙ୍କୁ ପୂଜାକରିବା ସହ କୃଷିକାର୍ଯ୍ୟ ଆରମ୍ଭ କରିବାପାଇଁ ଏହି ଦିନରେ ସୂର୍ଯ୍ୟ ଦେବତାଙ୍କୁ ଆଶୀର୍ବାଦ ଭିକ୍ଷା କରନ୍ତି । ଏହି ଦିନଟିରେ ବିଭିନ୍ନ ମନ୍ଦିର, ଦେବ ପୀଠ, ମଠ, ଗ୍ରାମ ଗୁଡିକରେ ପୂଜାର୍ଚ୍ଚନା ସହିତ ନାମ ସଂକୀର୍ତ୍ତର୍ନ୍ୟ ଆୟୋଜିତ ହୋଇଥାଏ । ସେହିଭଳି ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ କୋଇଲିସୂତା ଗ୍ରାମରେ ଆଜକୁ ୩୪ବର୍ଷ ଧରି ଏହି ଦିନକୁ ତିଳସପ୍ତମୀ ଭାବେ ପାଳନ କରୁଛନ୍ତି । ଚଳିତବର୍ଷ ଏହି ତିଳସପ୍ତମୀଟିକୁ ଗ୍ରାମର ସମସ୍ତ ଜନସାଧାରଣ ଏକତ୍ରିତ ହୋଇ ପ୍ରାତଃରୁ ପୂର୍ଣ୍ଣ ଜଳକୁମ୍ଭ ଯଜ୍ଞ ମଣ୍ଡପରେ ସ୍ଥାପନ କରି ଶ୍ରୀମଦ ଭାଗବତ ନାମଯଜ୍ଞ ଆରମ୍ଭ କରିଛନ୍ତି । ପୁରୋହିତ ଉମେଶ ଯୋଶୀଙ୍କ ପୌରହିତ୍ୟରେ କର୍ତ୍ତା ଭାବେ ଗ୍ରାମର ଗୌନ୍ତିଆ ଦିଗାମ୍ବର ବାଘ କାର୍ଯ୍ୟ କରିଥିଲେ । ଗ୍ରାମର ସଭାପତି ପ୍ରତାପ କିଶୋର ବେହେରା, ସମ୍ପାଦକ ବିଷ୍ଣୁ ଚରଣ ଦେହୁରୀଙ୍କ ସମେତ ଗ୍ରାମ୍ୟ କମିଟି ଏବଂ ଗ୍ରାମର ସମସ୍ତ ଜନସାଧାରଣ ଏହି ନାମଯଜ୍ଞ ଓ ଅନ୍ନଯଜ୍ଞରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × three =