ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିମିୟତା ନେଇ ବିଜେପିର ବିକ୍ଷୋଭ ପ୍ରଦର୍ଶନ

0 152

ପାଟଣାଗଡ଼,୩/୨:- ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ୨୦୧୧ ଜନଗଣନା ଭିତ୍ତିରେ କେନ୍ଦ୍ର ସରକାର ଆବାସଘର ଲାଗୁ କରିଥିବାରୁ ବତ୍ତମାନ ପ୍ରାୟ ସମସ୍ତ ଗାଁରେ ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଛନ୍ତି ଏଣୁ ସରକାର ନୂତନ ସର୍ଭେକରି ପଞ୍ଜିକୃତ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରିବାପାଇଁ ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ୩୦ ଟି ପଞ୍ଚାୟତର ଶତାଧିକ ମହିଳା ପୁରୁଷ ଯୋଗ ଦେଇ ରାଜଖମାରୁ ଏକ ର‍୍ୟାଲିରେ ବାହାରି ବ୍ଲକକୁ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ସରକାର ବିରୁଦ୍ଧରେ ନାରାବାଜି ଦେଇଥିଲେ । ଧାରଣାରେ ପୂର୍ବତନମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶହ ବିଜେପି କର୍ମୀମାନେ ବସିଥିବାବେଳେ .ପାଟଣାଗଡ଼ ୩୦ ଟି ପଞ୍ଚାୟତର ଜନସାଧାରଣ ବିଜେପିକୁ ସମର୍ଥନ କରି ଧାରଣାରେ ବସିଥିଲେ ପରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସରକାର ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ । ଏଥିରେ ମାଧବ ସାଏ, ମୁନ୍ନା ମହାନ୍ତି, ଶୁରୁ ସିଂ ନୀନା ପ୍ରମୁଖ ନେତୃତ୍ୱ ନେଇଥିଲେ ।

hiranchal ad1
Leave A Reply

Your email address will not be published.

17 − 5 =