ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା

0 58

ବୌଦ୍ଧ,୩/୨:- ବୌଦ୍ଧ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଜ଼ିଲ୍ଲାର ୫ଟି ଉଚ୍ଚବିଦ୍ୟାଳୟ ମନମୁଣ୍ଡା ଉଚ୍ଚବିଦ୍ୟାଳୟ, ଜନତା ଉଚ୍ଚବିଦ୍ୟାଳୟ, ଆମ୍ବଗାଁ, ବିଳାସପୁର ଉଚ୍ଚ଼ବିଦ୍ୟାଳୟ, ସମଲେଶ୍ୱରୀ ଉଚ୍ଚବିଦ୍ୟାଳୟ, ଘଣ୍ଟାପଡା ଏବଂ କଣ୍ଟାମାଳ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର, ଛାତ୍ରୀ ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଭାସୀ ବୈଠକରେ ୫ଟି ବିଦ୍ୟାଳୟର ୫୯୧ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କିପରି ଅଧିକ ନମ୍ବର ରଖି ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବେ ସେଥିପାଇଁ ଧାର୍ଯ୍ୟ ଲକ୍ଷ୍ୟ ରଖିବା ସହିତ ପ୍ରତ୍ୟେକ ବିଦ୍ୟାଳୟରୁ ଶତକଡା ୩୦ ପ୍ରତିଶତ ନମ୍ବର ରଖିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଜ଼ିଲ୍ଲାପାଳ ପରାମର୍ଶ ଦେଇଥିଲେ । ବିଶେଷ କରି ପିଲାମାନେ ତାଙ୍କର ସନ୍ତୁଳିତ ଆହାର ଠିକ ସମୟରେ ନେବା ସହିତ ଦୈନିକ ଖେଳ କସରତ କରି ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ, ପ୍ରାଣାୟାମ କରି ନିଜକୁ ଫିଟ ରଖିବା, ରାତିରେ ହାଲକା ଖାଦ୍ୟ ଗ୍ରହଣ, ସମୟର ସଦୁପଯୋଗ କରିବା, ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ ରଖିବା, ଦୈନିକ ୧୦ ପୃଷ୍ଠାର ଲେଖିବା ଅଭ୍ୟାସ ରଖିବା, ପରୀକ୍ଷା ସମୟରେ ନିଜ ଭାଷାରେ ଉତ୍ତର ଲେଖିବା ସହିତ ଶୀଘ୍ର ଶୀଘ୍ର ଉତ୍ତର ଲେଖିବା ପାଇଁ ଜ଼ିଲ୍ଲାପାଳ ସମସ୍ତ ଛାତ୍ର, ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିପୂର୍ବରୁ ଚଳିତବର୍ଷ ଜ଼ିଲ୍ଲାପାଳ ଜ଼ିଲ୍ଲାର ୧୦ ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, କ୍ରୀଡା ଶିକ୍ଷକ,୧୯ଜଣ ଛାତ୍ର, ଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ । ଏ ବର୍ଷ ମାଟ୍ରିକ ପରୀକ୍ଷାରେ ଛାତ୍ର, ଛାତ୍ରୀଙ୍କ ସଫଳତା ବିଷୟରେ ଧ୍ୟାନ ଦେଇ ୧୦୦ପ୍ରତିଶତ ନମ୍ବର ରଖିବା ପାଇଁ ଜ଼ିଲ୍ଲାପାଳ ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ଯତ୍ନବାନ ରହିବା ପାଇଁ ପରାମର୍ଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

eleven − 5 =