ସୁବର୍ଣ୍ଣପୁର : ସହରର ବ୍ଲକଛକ ଠାରେ ଅବସ୍ଥିତ ଥିବା ଅଦିତି ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଚେୟାରମ୍ୟାନ ଡ଼. ଜ୍ୟୋତିରଞ୍ଜନ ବହିଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସୋନପୁର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. କେଦାରନାଥ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଚ୍ଚମନା ହୋଇ ସର୍ବଦା ବିଦ୍ୟା ଅଧ୍ୟୟନରେ ବ୍ରତୀ ହେବାସହ ଏକାଗ୍ରତା ରଖି ଶିକ୍ଷା ଗ୍ରହଣ କଲେହିଁ ସଫଳତା ମିଳିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ ସାହୁ,ବିଜୁ ପଟ୍ଟନାୟକ ମହିଳା କଲେଜର ଅଧ୍ୟକ୍ଷା ଡ଼. କିରଣବାଳା ଦାସ,ଅଦିତି କଲେଜର ପରିଚାଳନା କମିଟି ସଭାପତି ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀ ନାରାୟଣ ମହାନ୍ତି, ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ରାଧାକାନ୍ତ ଗଡ଼ତିଆ ପ୍ରମୁଖ ଯୋଗଦେଇ ଏକାଗ୍ରତା ବଳରେ ହିଁ ଶିକ୍ଷାର୍ଥୀ ନିଜର ସଫଳତାକୁ ଅତିକ୍ରମ କରିଥାଏ ବୋଲି ମତ ପ୍ରକାଶ କରିଥିଲେ । ସଭା ପ୍ରାରମ୍ଭରେ କଲେଜର ଅଧ୍ୟକ୍ଷା ଲିଖିତା ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦକ ନିଶାନ୍ତ ମହାନ୍ତି ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ଶ୍ରେଷ୍ଠ ଶୃଙ୍ଖଳିତ ତଥା କାହାଣୀ ଲିଖନରେ ପାରଦର୍ଶିତା ଥିବା ଛାତ୍ରୀ ତିଲାସନୀ ବାରିକ, ଲିଟରାରୀ ଚମ୍ପିୟାନ ସ୍ୱାଗତ ପ୍ରଧାନ, ୨୦୨୧ ଟପ୍ପର ଭାବରେ ପ୍ରିୟଂକା ସ୍ୱାଇଁ ଓ ୨୦୨୨ପାଇଁ ଶିଖାରାଣୀ ଗଡତିଆ , କ୍ରୀଡ଼ା ଚମ୍ପିୟାନ ଭାବରେ ବାଳକ ବିଭାଗରେ ଜୀବନ ଝାଙ୍କର ଓ ବାଳିକା ବିଭାଗରେ ଶ୍ୱେତା ପାଣିଗ୍ରାହୀ ଙ୍କ ସମେତ ବାର୍ଷିକ କ୍ରୀଡା ତଥା ବିଭିନ୍ନ ବିଭାଗର କୃତକାର୍ଯ୍ୟ ହୋଇଥିବା ବିଭିନ୍ନ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପରେ କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।