ମାଆ ଫୁଲ ସୁନ୍ଦରୀ ପନ୍ଦରା ସମାଜର ଦଶମ ବାର୍ଷିକ ସମ୍ମିଳନୀ ଆୟୋଜିତ

0 59

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆରଏମ୍‌ସିଏସ ପ୍ରାଙ୍ଗଣରେ ମାଆ ଫୁଲ ସୁନ୍ଦରୀ ପନ୍ଦରା ସମାଜର ଦଶମ ବାର୍ଷିକ ସମ୍ମିଳନୀ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ କେ ନାରାୟଣ ରାଓ, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଯୋଗ ଦେଇଥିବା ବେଳେ ନିଖିଳ ଓଡ଼ିଶା ପନ୍ଦରା ସମାଜର ସଭାପତି ଅମର କୁମାର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ପନ୍ଦରା ସମାଜ ସମ୍ପାଦକ ଚନ୍ଦ୍ର ଶେଖର ବାଡ଼ିତ୍ୟା ଓ ମାଆ ଫୁଲ ସୁନ୍ଦରୀ ପନ୍ଦରା ସମାଜର ସଭାପତି ଜାନକୀ ଚରଣ ବେହେରା ଯୋଗ ଦେଇ ସମାଜର ଉନ୍ନତି ସକାଶେ ଶିକ୍ଷାର ବିକାଶ, ଆର୍ଥିକ ଉନ୍ନତି, ସାମାଜିକ କୁସଂସ୍କାର ଦୂରୀକରଣ, ବ୍ୟବସାୟିକ ବୃଦ୍ଧି, ନିଶା ନିବାରଣ,ବାଲ୍ୟ ବିବାହ ଉଚ୍ଛେଦ, ସାଙ୍ଗଠନିକ ସୁଦୃଢ, ପରିବେଶ ସୁରକ୍ଷା, ନାରୀ ଶିକ୍ଷାର ପ୍ରସାର ଇତ୍ୟାଦି ବିଷୟରେ ସମ୍ୟକ ସୂଚନା ଦେଇଥିଲେ । ଏହି ସଭାରେ ଶିକ୍ଷା, କଳା ସାଂସ୍କୃତିକ, ସାଂଗଠନିକ କ୍ଷେତ୍ରରେ ପାରଦର୍ଶିତା କରି ୧୩ ଜଣ ପ୍ରତିଯୋଗୀମାନଙ୍କୁ କୁଳ ସମାଜ ତରଫରୁ ପ୍ରଶଂସା ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ମାଆ ଫୁଲ ସୁନ୍ଦରୀ ପନ୍ଦରା ସମାଜ ତରଫରୁ ବିଧାୟକ କେ ନାରାୟଣ ରାଓ ଓ ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀଙ୍କୁ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇ ଥିଲା । ଉକ୍ତ ସଭାକୁ ପନ୍ଦରା ସମାଜର ଉପ ସଭାପତି ସୋମନାଥ ହଳ ଧର ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

12 + fourteen =