ଚଳିତବର୍ଷ ବୌଦ୍ଧ ଜ଼ିଲ୍ଲାର ୭୬ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ୬୫୯୪ ଜଣ ଛାତ୍ରଛାତ୍ରୀ

0 58

ବୌଦ୍ଧ,୫/୨- ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହରେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ସବମେଟିଭ ଏସ. ଏସ. ମେଣ୍ଟ ୨ (ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ) ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ହେବାକୁ ଥିବାରୁ ଶିକ୍ଷକମାନେ ପିଲାମାନଙ୍କୁ ନେଇ ୩ ଟି ଗ୍ରୁପ କରିବେ । ଗ୍ରୁପ ଏ ରେ ୬୦% ରୁ ୯୦% ମାର୍କ ରଖିବା ଛାତ୍ରଛାତ୍ରୀ ରହିବେ । ଗ୍ରୁପ ବି ରେ ୫୦ % ରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀ ଏବଂ ଗ୍ରୁପ ସି ରେ ୪୦ % ଅଧିକ ମାର୍କ ରଖୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ୩ ଟି ଗ୍ରୁପ କରି ୩ ଜଣ ଶିକ୍ଷକ ମେଣ୍ଟର ରହିବେ ଏବଂ ସମସ୍ତ ଛାତ୍ର, ଛାତ୍ରୀଙ୍କ ଦାୟିତ୍ୱ ନେବେ । ପରୀକ୍ଷା ଆଉ ମାତ୍ର ୩୨ ଦିନ ଥିବା ବେଳେ ଛାତ୍ରଛାତ୍ରୀ କିଭଳି ଭଲ ନମ୍ବର ରଖି କୃତିତ୍ୱ ହାସଲ କରିବେ ସେ ଉପରେ ଜ଼ିଲ୍ଲାପାଳ ଦୃଷ୍ଟି ଦେଇଛନ୍ତି । ଶିକ୍ଷକମାନେ ଏ ବିଷୟରେ ଯତ୍ନବାନ ହେବେ । ଯେଉଁ ପିଲାମାନେ ପଢିବା ପାଇଁ ଚାହିଁଲେ ସକାଳ ୮.୩୦ ରେ ସ୍କୁଲକୁ ଆସିବେ । ଅପରାହ୍ନ ୪ ରୁ ୬ ପର୍ଯ୍ୟନ୍ତ ଜଟିଳ ପ୍ରଶ୍ନର ଉତ୍ତର ପଚାରି ଛାତ୍ରଛାତ୍ରୀ ନିଜ ନିଜ ଦ୍ୱନ୍ଦ ଦୂର କରିବେ । ରବିବାର ସକାଳ ୮.୩୦ ରୁ ୧୧.୩୦ ପର୍ଯ୍ୟନ୍ତ ଏବଂ ଶନିବାର ଦିନ ସକାଳ ୭ ଟା ରୁ ୧ ଟା ପର୍ଯ୍ୟନ୍ତ କ୍ଲାସ ଚାଲିବ । ଜ଼ିଲ୍ଲାପାଳ ଜ଼ିଲ୍ଲାର ସମସ୍ତ ସରକାରୀ ସ୍କୁଲ, ଆଶ୍ରମ ସ୍କୁଲ, ବ୍ଲକ ଗ୍ରାଣ୍ଟ ସ୍କୁଲରେ ଛାତ୍ରଛାତ୍ରୀ ଇ୧ ରେ ୩୦ ପ୍ରତିଶତ ସ୍ଥାନ ହାସଲ କରିବା ପାଇଁ ଜ଼ିଲ୍ଲା ଶିକ୍ଷାଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଛାତ୍ରୀ ଙ୍କୁ ଅଧିକ ଧ୍ୟାନ ଦେଇ ଏକ୍ସଟ୍ରା କ୍ଳାସ, ଜଟିଳ ପ୍ରଶ୍ନର ଉତ୍ତର ସରଳ ଭାଷାରେ ଦେଇ ଛାତ୍ରଛାତ୍ରୀଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବା, ଛୋଟ ଛୋଟ ଗ୍ରୁପ କରି ପିଲାମାନଙ୍କୁ ସୁପରଭିଜନ କରିବା ବିଷୟରେ ଜ଼ିଲ୍ଲାପାଳ ଆଲୋଚନା କରିଥିଲେ । ଏହି ବୈଠକରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା, ଜ଼ିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ତହସିଲଦାର ଦେବୀ ପ୍ରସାଦ ଦାସ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ମାନେ ଉପସ୍ଥିତ ଥିଲେ । ଆଗକୁ ଏହିଭଳି ସମସ୍ତ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏ ବିଷୟରେ ଯତ୍ନବାନ ହେବାପାଇଁ ଜ଼ିଲ୍ଲାପାଳ ଆହ୍ୱାନ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen − six =