ଖାଉଟିସୁରକ୍ଷା ସଚେତନତା ସପ୍ତାହ ପାଳନ

0 91

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଖାଉଟି ସୁରକ୍ଷା ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ କଲ୍ୟାଣୀ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବେଳେ ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ଅଧିବକ୍ତା ଓ ସାହିତ୍ୟିକ ବିଜୟକୃଷ୍ଣ ପଟ୍ଟନାୟକ ଯୋଗଦେଇଥିଲେ । ସାମ୍ପ୍ରତିକ ସମୟରେ ଗ୍ରାହକମାନେ ସଚେତନ ହେବା ସହ ଜିନିଷ କିଣିଲା ବେଳେ ଯେମିତି ଠକାମିରେ ନ ପଡିବେ ଏବଂ ବିଲ ସାଙ୍ଗରେ ନେବେ ବୋଲି ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାପ ଓ ଓଜନ ବିଭାଗର ଅଧିକାରୀ ରାଜେଶ କୁମାର ନାୟକ ଓ ବିକାଶ ଚନ୍ଦ୍ର ସାହୁ, ସାଧାରଣ ଯୋଗାଣ ଅଧିକାରୀ ଶ୍ରୀ ସତ୍ୟବ୍ରତ ଷେଣ୍ଢ ପ୍ରମୁଖ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । କଲ୍ୟାଣୀର ସମ୍ପାଦିକା ବିଜୟଲକ୍ଷ୍ମୀ ସାହୁ ପରିଚାଳନା କରିଥିଲା ବେଳେ ତାଲିମପ୍ରାପ୍ତ ଅଧିକାରୀ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲାବେଳେ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × five =