ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ସମୁଦ୍ରକୁଳ ଥାନା ଅଧୀନ ୟୁଥ୍ ହଷ୍ଟେଲ ଅଂଚଳରେ ଫୁଡ୍ କୋର୍ଟ ସାମ୍ନାରେ ଚଢ଼ାଉ କରି ଆସାମୀ ଲୋକନାଥ ନନ୍ଦ (୨୫) ରାମଚଣ୍ଡୀ ସାହି ବାଲିକୁଦାଙ୍କୁ ଗିରଫ କରି ତାଙ୍କ ଠାରୁ ୮୮ଗ୍ରାମ ହିରୋଇନ୍ ଜବତ କରିଛନ୍ତି । ଜିଲ୍ଲା ସଦର ରେଞ୍ଜ କେସ ନଂ -୧୦୦/୨୨-୨୩ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବେଲେ ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି । ଜବତ ହିରୋଇନ୍ର ମୂଲ୍ୟ ପ୍ରାୟ ୮,୮୦,୦୦୦/-ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ରଙ୍କନିଧୀ ମଲ୍ଲିକ, ନାରାୟଣ ବେହେରା, ଏଏସଇ ସନ୍ତୋଷ ନାୟକ, ମାନସ ମିଶ୍ର ଏବଂ କର୍ମଚାରୀ ଅଭିଜିତ ପ୍ରଧାନ, ରୀତାଞ୍ଜଳି ସେଠୀ, ପ୍ରବୀଣ ବିରାଜ କୀରୋ, ମାନସ ନାୟକ , ଫିରୋଜ ମହାନଦୀଆ, ବିଶ୍ୱଜିତ୍ ମହାପାତ୍ର ,ଜଗନ୍ନାଥ ଦାସ, ଆଶିଷ ପ୍ରଧାନ ଦାସ ପ୍ରମୁଖ ସାମିଲ ଥିଲେ ।