ଯାତ୍ରୀବାହୀ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୨୫ଜଣ ଯାତ୍ରୀ

0 235

ହରଭଙ୍ଗା : ତୁଳା କନ୍ୟା ନେଇ ଯାଉଥିବା ବସ ଦୁର୍ଘଟଣା । କନ୍ୟା ସମେତ ଅଳ୍ପକେ ବର୍ତ୍ତିଲେ ୨୫ଜଣ ଯାତ୍ରୀ । ଖବର ଅନୁଯାୟୀ ବ୍ରହ୍ମପୁର କବିସୂର୍ଯ୍ୟନଗରରୁ ରାଉରକେଲାକୁ ବିବାହ ପାଇଁ ତୁଳାକନ୍ୟା ଧରି ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ( ଓଡି ୦୭ ଜି୨୫୬୬)୫୭ନଂ ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ନିକଟସ୍ଥ ମାର୍ଡିଙ୍ଗ ଠାରେ ଗତକାଲି ରାତ୍ରିରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିପଡ଼ିଥିଲା । ବସରେ କନ୍ୟା ସହ ଘରକରଣା ଆସବାବପତ୍ର ଓ ୨୫ଜଣ କନ୍ୟା ଯାତ୍ରୀ ଥିଲେ । ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ତୁରନ୍ତ ସମସ୍ତଙ୍କୁ ବସ ଭିତରୁ ଉଦ୍ଧାର କରି ଅନ୍ୟ ଏକ ବସ ଯୋଗେ ରାଉରକେଲା ପଠାଯାଇଥିଲା । ଦୁର୍ଘଟଣା ସ୍ଥଳରେ ପୁରୁଣା କଟକ ପୋଲିସ ପହଂଚି ଗାଡିକୁ ଉଠାଇ ଥାନାକୁ ଆଣି ତଦନ୍ତ ଚଳାଇ ଥିବାର ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

sixteen − six =