ବଲାଙ୍ଗୀର : ଆକ୍ରମଣ ଘଟଣାରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ୩ଦଫା ଦାବୀପତ୍ର କୁଳପତିଙ୍କୁ ପ୍ରଦାନ କରାଯାଇଛି । ଗୁରୁବାର ସନ୍ଧ୍ୟାରେ ଜଣେ ଅଣଛାତ୍ର ହଷ୍ଟେଲରେ ପଶି ୨ଜଣ ଛାତ୍ରଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲା । ପୂର୍ବରୁ ମଧ୍ୟ ଏଭଳି ଅଘଟଣ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ଘଟିଛି । ଦାବୀ ସତ୍ୱେ ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରାଯାଉଛି । ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ସଂପାଦକ ମନୋରଞ୍ଜନ ବିଶ୍ୱାଳ, ଶୁଭେନ୍ଦୁ ସାହୁ, ଅଞ୍ଚଳ ପଣ୍ଡା, ସରୋଜ ସାହୁ, ରୋଶନ ପଟେଲ, କିରନ ଭୋଇ ଓ ଅନ୍ୟମାନେ ଧାରଣା ଦେଇଥିଲେ । ବିଶ୍ୱ ବିଦ୍ୟାଳୟ କୁଳପତି ଓ ବଲାଙ୍ଗୀର ଆଦର୍ଶ ଥାନା ଅଧିକାରୀ ଧାରଣାରତ ଛାତ୍ରନେତାଙ୍କୁ ବୁଝାସୁଝା ପରେ ଛାତ୍ରଛାତ୍ରୀ ଧାରଣାରୁ ଓହରିଥିଲେ । ବିଶ୍ୱ ବିଦ୍ୟାଳୟ ପରିସରରେ ପୋଲିସ ଫାଣ୍ଡି, ହଷ୍ଟେଲରେ ୨୪ଘଣ୍ଟିଆ ସୁରକ୍ଷା ଓ ଚାରିପଟେ ପାଚେରି ନିର୍ମାଣ ଦାବୀ ପଦକ୍ଷେପକୁ ଅଣଦେଖା କଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ ବୋଲି ଚେତାବନୀ ଦେଇଛନ୍ତି ।