ପାରଳାଖେମୁଣ୍ଡି ପୌରପରିଷଦକୁ ବାଲ୍ୟବିବାହ ମୁକ୍ତ କରିବା ନିମନ୍ତେ ବୈଠକ

0 50

ପାରଳାଖେମୁଣ୍ଡି,୧୦/୨:- ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡି ପୌରପରିଷଦକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଏକ ବୈଠକ ଜିଲ୍ଲାପାଳଙ୍କ ସମିଳନୀ କକ୍ଷ-୨ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପାରଳାଖେମୁଣ୍ଡି ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତି ନିର୍ମଳା ସେଠୀ ଏବଂ ସମସ୍ତ ୱାର୍ଡ଼ର କାଉନସିଲର ଯୋଗ ଦେଇଥିଲେ । ଉପସ୍ଥିତ ସମସ୍ତଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିବାବେଳେ ଆକ୍ସନ-ଏଡ଼୍‌ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ ମେହେର ବାଲ୍ୟବିବାହ ମୁକ୍ତ ୱାର୍ଡ ଘୋଷଣା ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଚଳିତ ଫେବୃୟାରୀ ମାସ ୧୮ ତାରିଖ ସୁଦ୍ଧା ପୌରପରିଷଦକୁ କିପରି ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯିବାରେ କାଉନସିଲର୍‌, ଅଙ୍ଗନୱାଡ଼ି କର୍ମି ଏବଂ ସ୍ୱଚ୍ଛସାଥି ମାନଙ୍କର କ’ଣ ଭୁମିକା ଅଛି ତାହାରି ଉପରେ ଆଲୋଚନା କରିବା ସହ ବାଲ୍ୟବିବାହର କୁପ୍ରଭାବ ଉପରେ ଆଲୋଚନା ରଖିଥିଲେ । ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତି ନିର୍ମଳା ସେଠୀ ମହୋଦୟା ଯୋଗଦେଇ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ପୌରପାଳିକାକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରିବାରେ ସମସ୍ତ ସହଯୋଗ ପୌରପରିଷଦ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁ ବିକାଶ ଓ ପ୍ରକଳ୍ପ ଅଧିକାରିଣୀ, ଗୋଷାଣି ଶ୍ରୀମତି ଗୌରୀ ନାୟକ, ଗୋଷ୍ଠୀ ସଂଗଠକ, ସିଟି ମିଶନ୍‌ ପରିଚାଳକ ଶ୍ରୀଯୁକ୍ତ ନକୁଳ ବିଷୋୟୀ, ସମସ୍ତ ସ୍ୱଚ୍ଛସାଥି, ଅଙ୍ଗନୱାଡି କର୍ମି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିବାପାଇଁ ନିଷ୍ପତ୍ତି ନେଇଥିଲେ ।

hiranchal ad1
Leave A Reply

Your email address will not be published.

14 + 8 =