ଭବାନିପାଟଣା: ଓ.ୟୁ.ଏ.ଟି କୃଷି ମହାବିଦ୍ୟାଳୟ, ଭବାନୀପାଟଣା କ୍ରୀଡା ପଡିଆରେ କୃଷି ଓ କୃଷି ଯନ୍ତ୍ରପାତି ମେଳା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଷ୍ପେନ୍ଦ୍ର ସିଂହ ଦେଓ ଏବଂ ଜିଲ୍ଲପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଉପସ୍ଥିତି ରେ ଉଦ୍ଧଘାଟନ ହୋଇଯାଇଛି । ୧୩ରୁ ୧୬ତାରିଖ ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କୃଷି ଯନ୍ତ୍ରପାତି ବିକ୍ରୟକାରୀ ତଥା ନିର୍ମାଣକାରୀ ତାଙ୍କର ଆଧୁନିକ ଫାର୍ମ ଯନ୍ତ୍ରପାତି ଆଜି ପ୍ରଦର୍ଶନ କରି ଥିଲେ ଏବଂ ଏହା ସହିତ ସରକାରଙ୍କ କୃଷି ଓ କୃଷକ ସମ୍ବନ୍ଧୀୟ ବିଭିନ୍ନ ହିତକାରୀ ଯୋଜନାର ଷ୍ଟଲ୍ ମଧ୍ୟ ଖୋଲାଯାଇଥିଲା । ଏହି ଅବସରରେ ସକାଳ ୧୦ଟା ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ କୃଷି ଯନ୍ତ୍ରପାତି ବାହନ ରାଲିକୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ମେଳାରେ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଓ ବିତରଣ ସହ କୃଷି ପାଠଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରାଜ୍ୟ ସରକାରଙ୍କ ଏହି ମେଳା ଜରିଆରେ ରିହାତି ଦରରେ କୃଷି ଯନ୍ତ୍ରପାତି ବିକ୍ରୟର ବ୍ୟବସ୍ଥା ରହିଛି । ଏହି ମେଳାରେ ଯନ୍ତ୍ରପାତି କ୍ରୟରେ ଚାଷୀ (ସାଧାରଣ ବର୍ଗ) – ୪୦% , ଅନୁସୂଚିତ ଜାତି ଓ ଜନଜାତି, ମହିଳା ଓ ନାମମାତ୍ର ଚାଷୀ-୫୦% ତଥା ପଞ୍ଜୀକୃତ ମହିଳା ସ୍ୱୟଂ ସହାୟକ ଦଳ – ୭୫% ପର୍ଯ୍ୟନ୍ତ ରିହାତି ପାଇ ପାରିବେ । ଗୋ ସୁଗମ ପୋର୍ଟାଲ୍ରେ ରେଜିଷ୍ଟ୍ରିଭୁକ୍ତ ଓ କୃଷକ ପରିଚୟପତ୍ର ପ୍ରାପ୍ତ ଚାଷୀ ଭାଇ ଓ ଭଉଣୀ ମାନେ ହିଁ ଏହି ଯୋଜନାର ଲାଭ ପାଇପାରିବେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପଞ୍ଜୀକୃତ ଚାଷୀ ଏହି ଲାଭ ପାଇପାରିବେ ।
ଏହି ମେଳାର ଉଦ୍ଦେଶ୍ୟ ଜିଲ୍ଲାର ସମସ୍ତ ଚାଷୀ ଭାଇ ଭଉଣୀ ବିପୁଳ ସଂଖ୍ୟାରେ ମେଳାକୁ ଆସି କୃଷି ଯନ୍ତ୍ରପାତି ବ୍ୟବହାର ଦେଖନ୍ତୁ ଓ ଅନ୍ ଲାଇନ୍ କିମ୍ବା ଜନସେବା କେନ୍ଦ୍ରରେ ନିଜ ନାମ ପଞ୍ଜିକରଣ କରି ଅଗ୍ରୀମ ବୁକିଂ କରନ୍ତୁ । ମେଳାରେ କୃଷି, ମତ୍ସ୍ୟ ଓ ପଶୁପାଳନ, ଉଦ୍ୟାନ, କପା ଚାଷ, ଛତୁ ଚାଷ, ମିଲେଟ୍ ଓ ଅନ୍ୟାନ୍ୟ ଲାଭକାରୀ ଫସଲ ଉପରେ ଷ୍ଟଲ୍ ଦେଖାଯାଇ ଚାଷୀଙ୍କୁ ସୂଚନା ଦିଆଯାଉଛି । ମେଳା ରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ନିଜ ବକ୍ତବ୍ୟରେ କଳାହାଣ୍ଡିରେ ଚାଷର ଅଗ୍ରଗତି, ଜଳସେଚନ, ଧାନ ସହିତ ମିଶ୍ରିତ ଚାଷର ବ୍ୟାପକତା ଓ ସରକାରଙ୍କ କୃଷକ ହିତକାରୀ ଯୋଜନା ଯୋଗୁଁ ଜିଲ୍ଲା ଆଜି ଏକ ଅଗ୍ରଣୀ କୃଷି ଜିଲ୍ଲା ରୂପେ ସାରା ରାଜ୍ୟରେ ନାମ କରିଛି ବୋଲି କହିଥିଲେ । ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ନିଜ ବକ୍ତବ୍ୟରେ ଚାଷୀ ମାନେ ଉନ୍ନତ ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଧାନ ଚାଷ ସହ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଓ ପନିପରିବା ଉପରେ ଧ୍ୟାନ ଦେବାକୁ କହି କୃଷକ ଓ କୃଷି ସମ୍ବନ୍ଧୀୟ ଯୋଜନା ଉପରେ ଉପସ୍ଥିତ ଚାଷୀ ମାନଙ୍କୁ ଅବଗତ କରି ଏହି ଯୋଜନାରୁ ଚାଷୀ କିଭଳି ଲାଭାନ୍ୱିତ ହୋଇ ପାରିବ ସେଥି ପ୍ରତି ବିଭାଗୀୟ ଅଧିକାରୀ ନିଷ୍ଠା ର ସହ କାର୍ଯ୍ୟ କରିବାକୁ କହିଥିଲେ । ବର୍ତ୍ତମାନ ଧାନ ଚାଷ ଛଡ଼ା କ୍ଷୁଦ୍ର ଶସ୍ୟ, ଡାଲି, ତୈଳ ବୀଜ, ପନିପରିବାକୁ ଗୁରୁତ୍ୱ ଦେଇ ମିଶ୍ରିତ ଚାଷ କରିବାକୁ ମତ ପ୍ରକାଶ ପାଇଥିଲା । ୦୧.୦୧.୨୦୨୩ ସୁଦ୍ଧା ଜିଲ୍ଲାରୁ ମୋଟ ୧୦୧୧ ଜଣ ଚାଷୀ ବିଭିନ୍ନ କୃଷି ଯନ୍ତ୍ରପାତି ବୁକିଂ କରିଛନ୍ତି ଯାହାକି ୬ କୋଟି ୭୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ରହିଛି ଏବଂ ସବସିଡି ମାଧ୍ୟମରେ ୩ କୋଟି ୧୫ ଲକ୍ଷରୁ ଉର୍ଦ୍ଧ୍ୱ ରିହାତି ପାଉଛନ୍ତି । ଆଜିଠୁ ୧୬ ତାରିଖ ପର୍ଯ୍ୟନ୍ତ ଚାଷୀମାନେ ବୁକିଙ୍ଗ କରି ରିହାତି ପାଇବା ପାଇଁ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ସଭାରେ ଗୋଲାମୁଣ୍ଡା ବ୍ଲକର ସାନଚେର ଗାଁର ପ୍ରତିଷ୍ଠିତ ଚାଷୀ କୃଷ୍ଣଚନ୍ଦ୍ର ନାଗ ଚାଷ ରେ କିଭଳି ଆର୍ଥିକ ଉନ୍ନତି ଲାଭ କରି ଆଜି ସେ ବର୍ଷକୁ ୭୫ ଲକ୍ଷରୁ ଉର୍ଦ୍ଧ୍ୱ ଲାଭ କରୁଛନ୍ତି ତା ଉପରେ ପ୍ରତ୍ୟକ୍ଷ ଅନୁଭୂତି ସମସ୍ତଙ୍କୁ ବାଣ୍ଟିଲେ ।
ସଭାରେ ସଦର ବିଧାୟକ ପ୍ରତିନିଧି ମନୋଜ ସାହୁ, ଉଦ୍ୟାନ ଉପ ନିର୍ଦ୍ଦେଶକ କିଶୋର ମହାଲିଙ୍ଗ, ଏପିକଲ୍ ସ୍କିମଲିଡର ଶରତ ପାତ୍ର ସହ କୃଷି, ମତ୍ସ୍ୟ, ପଶୁପାଳନ ଓ ଉଦ୍ୟାନ ବିଭାଗୀୟ ଅଧିକାରୀ, ଡି.ଆଇ.ପି.ଆର୍.ଓ ମନୋଜ ବେହେରାଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଚାଷୀ ଭାଇ ଭଉଣୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଜିଲ୍ଲା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post