ଜାପାନରେ କରାଟେ ପାଇଁ ନବରଙ୍ଗପୁର ଜିଲ୍ଲାର ବାପାପୁଅଙ୍କୁ ସ୍ୱର୍ଣ୍ଣ ପଦକ

0 91

ନବରଙ୍ଗପୁର:- ଚଳିତ ମାସ ୧୧ ଓ ୧୨ ଫେୃଆରୀରେ ଜାପାନର କେଶାରଜୁ, ଚିବାକାନ ସହର ଟୋକିଓରେ ଅନୁଷ୍ଠିତ ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ନବରଙ୍ଗପୁର ସହରର ଆନ୍ତର୍ଜାତୀୟ କରାଟେ ଏବଂ କୋବୁଡୁ( ଅସ୍ତ୍ରଶସ୍ତ୍ର ଚାଳନା)ର ପ୍ରଶିକ୍ଷକ ସେନ୍‌ସେଇ ଶରତ କୁମାର ରାଉତ ଓ ତାଙ୍କ ପୁତ୍ର ଆନ୍ତର୍ଜାତୀୟ କରାଟେ କ୍ରୀଡାବିତ୍‌ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ହିର୍ଲି, ନବରଙ୍ଗପୁରର ଷଷ୍ଠ ଶ୍ରେଣୀ ଛାତ୍ର ସନ୍ଦୀପ କୁମାର ରାଉତ ଉକ୍ତ ବିଶ୍ୱ କରାଟେ ପ୍ରତିଯୋଗିତାରେ ଖେଳି ବାପା ପୁଅର ଯୋଡ଼ି ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତି ଜିଲ୍ଲା, ରାଜ୍ୟ ତଥା ଦେଶର ନାମକୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଛନ୍ତି । ସନ୍ଦୀପ କୁମାର ରାଉତ ପନ୍ଦର ବର୍ଷରୁ କମ ବ୍ୟତିଗତ କରାଟେ କାତା ଏଭେଣ୍ଟରେ ଭାଗ ନେଇ ନିଜର ଦମଦାର ପ୍ରଦର୍ଶନ ଦେଖାଇ ପ୍ରଥମ ସ୍ଥାନ ସ୍ୱର୍ଣ୍ଣ ପଦକ ଜିତି ଥିବାବେଳେ, ସେଂସାଇ ଶରତ କୁମାର ରାଉତ ପଞ୍ଚାବନ ବର୍ଷରୁ କମ ବ୍ଲାକବେଲ୍ଟ ମାଷ୍ଟର୍ସ କାଟା ଇଭେଣ୍ଟରେ ନିଜର ଚମତ୍କାରିତା ଦେଖେଇ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ବାପ ପୁଅ ଆନ୍ତର୍ଜାତୀୟ କରାଟେ ସ୍ୱର୍ଣ୍ଣ ପଦକ ବିଜେତା ଯୋଡ଼ିଙ୍କୁ ବିଶ୍ୱ କରାଟେ ଫେଡରସନର ପ୍ରତିଷ୍ଠାତା ଗ୍ରାଣ୍ଡ ମାଷ୍ଟର ନିମୁରା କେଞ୍ଜି ସାନ ଏବଂ ସମ୍ପାଦକ ମାସାକି କେଞ୍ଜୀ ସାନ ଏହି ବାପପୁଅ ଯୋଡ଼ି ଶେନ୍ସି ଶରତ କୁମାର ରାଉତ ଓ ସନ୍ଦୀପ କୁମାର୍‌ ରାଉତଙ୍କୁ ସ୍ୱର୍ଣ୍ଣ ପଦକ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ବିଶ୍ୱ କରାଟେ ଫେଡରସନର ସଭାପତି କେ. ଭି. ମନହାରନ ଉପସ୍ଥିତ ରହି ଭାରତ ପାଇ ଗୌରବ ଆଣିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପ୍ରତିଯୋଗିତାରେ ସେଂସେଇ ଶରତ କୁମାର ରାଉତଙ୍କୁ ଇଣ୍ଡିଆ ଆମ୍ବସଦର୍‌ ଭାବେ ନିଯୁକ୍ତି ଓ କାର୍ଯ୍ୟଭାର ଦିଆଯାଇଛି । ବିଦେଶରେ ନବରଙ୍ଗପୁର ଜିଲ୍ଲା ନାମ ଆଗକୁ ବଢ଼ାଇ ଥିବାରୁ ଉପସଭାପତି ଏମ. ବାଲା କୃଷ୍ଣ ରାଓ, କ୍ରୀଡା ସଂଘର ସହ ସମ୍ପାଦକ ତଥା ଟେଲି ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘର ସମ୍ପାଦକ ରାମ ପ୍ରସାଦ ପାତ୍ର ସମେତ ଜିଲ୍ଲାର କ୍ରୀଡା ପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି । ବିଶ୍ୱ କରାଟେ କ୍ରୀଡା ଜଗତରେ ନବରଙ୍ଗପୁର ଜିଲ୍ଲାର ମାନସମ୍ମାନକୁ ଏହି ବାପ ପୁଅ ବୃଦ୍ଧି କରିଥିବାରୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧନା କରିବା ପାଇଁ ଜିଲ୍ଲାର କ୍ରୀଡାବିତ ଓ ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

ten + six =